ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ଚଳିତ ଆଇପିଏଲ୍ ବାଦ୍ ପଡିଲେ

ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ଚଳିତ ଆଇପିଏଲ୍ ଅଭିଯାନ ଶେଷ ହୋଇଛି। ଆଣ୍ଠୁରେ ଗୁରୁତର ଆଘାତ କାରଣରୁ ସେ ୟୁଏଇରେ ଚାଲିଥିବା ଆଇପିଏଲର ୧୪ଶ ସଂସ୍କରଣ ଅଧାରୁ ଛାଡ଼ି ସ୍ୱଦେଶ ଫେରିଆସିଛନ୍ତି। ତାଙ୍କର ଆହତ ଗୁରୁତର ଥିବାରୁ ଆଗାମୀ ଘରୋଇ ସିଜନରୁ ସେ ବାଦ୍ ପଡ଼ିପାରନ୍ତି। ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା କୁଲଦୀପ ଭାରତୀୟ ଟିମରୁ ବାଦ୍ ପଡ଼ିଛନ୍ତି ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିବା ପୂର୍ବରୁ ତାଙ୍କୁ ରିହ୍ୟାବିଲିଟେସନ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ।ପିଟିଆଇ ରିପୋର୍ଟ ଅନୁଯାୟୀ, ୨୬ ବର୍ଷୀୟ କୁଲଦୀପ ପ୍ରାକ୍ଟିସ୍ ସେସନରେ ଫିଲ୍ଡିଂ କରୁଥିବା ବେଳେ ଆଘାତପ୍ରାପ୍ତ ହୋଇଛନ୍ତି। କୁଲଦୀପଙ୍କ ଆହତ ଏତେ ଗୁରୁତର ଯେ, ସେ ଚଳିତ ଆଇପିଏଲରେ ଆଉ ଭାଗ ନେଇପାରିବେ ନାହିଁ। ତେଣୁ ତାଙ୍କୁ ସ୍ୱଦେଶ ପଠାଇ ଦିଆଯାଇଛି।