ଚୀନରେ ଲକଡାଉନ

ଚୀନ: ପୁଣି ଚୀନକୁ ଫେରିଲା ଲକଡାଉନ । ପୂର୍ବ କୋଭିଡ-୧୯ରେ ହୋଇଥିବା କଟକଣାଠୁ ଏଥର ବଳେଇ ଯାଇଛି ନୂଆ ଲକଡାଉନ । ପରିବାରର ଜଣେ ସଦସ୍ୟ କେବଳ ବାହାରକୁ ଯାଇ ପାରିବେ ବୋଲି କଟକଣା ଜାରି ହୋଇଛି । ଦେଶରେ ଏପର୍ଯ୍ୟନ୍ତ ଜାରି କୌଣସି କଟକଣାଠାରୁ ଏହା ସବୁଠୁ କଠୋର ବୋଲି କୁହାଯାଉଛି । ସେହିପରି କୌଣସି ଦେଶର ଏପରି କଟକଣା ଲାଗୁ ହୋଇ ନାହିଁ ବୋଲି ମଧ୍ୟ କୁହାଯାଇଛି ।

ଦେଶରେ କରୋନା ଦ୍ରୁତଗତିରେ ବ୍ୟାପୁଥିବାରୁ ଲୋକେମାନେ ଏବେ ନିଜ ଘରେ ଗୃହବନ୍ଦୀ ହୋଇଯାଇଛନ୍ତି । ଆସନ୍ତା ଫେବୃଆରୀରେ ଚୀନ ୱିଣ୍ଟର ଅଲିମ୍ପିକ ଆୟୋଜନ କରିବାର ଯୋଜନା ରହିଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ଜିରୋ କୋଭିଡ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଏପରି କଡା କଟକଣା ଜାରି କରିଥିବା କୁହାଯାଉଛି । ଫଳରେ ବ୍ୟବସାୟ ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ଲୋକେ ରୋଜଗାର ହରେଇ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଜିଆନ ସିଟିରେ ୫୨ଟି ନୂଆ କୋଭିଡ ମାମଲା ଚିହ୍ନଟ ହେବା ଏହି କଡା କଟକଣା ହୋଇଛି । ଫଳରେ ସହରର ଲକ୍ଷ ଲକ୍ଷ ଲୋକେ ଘରେ ବନ୍ଦୀ ହୋଇଯାଇଛନ୍ତି । ଚୀନ୍‌ର ଏହି ସହରରେ ୧୪୩ କୋଭିଡ ମାମଲା ଥିବା ଜଣାପଡିଛି ।