ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ତୁଳାରାଶିକୁ ଅଧିକ ଫାଇଦା

ଆଜି ୮ ନଭେମ୍ବର, ମଙ୍ଗଳବାର ଭାରତର ଓଡ଼ିଶା ସମେତ କିଛି ଭାଗରେ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ଦେଖାଯିବ । ଗ୍ରହଣ ଆରମ୍ଭ ହେବାର ୯ ଘଂଟା ପୂର୍ବରୁ ହାଣ୍ଡିିଛାଡ଼ ଓ ଦେବପୂଜା ନିଷେଧ । ଭାରତରେ ଚନ୍ଦ୍ର ଗ୍ରହଣ ଅପରାହ୍ଣ ୫ଟା ୨୦ ମିନିଟ୍‌ରୁ ଆରମ୍ଭ ହୋଇ ୬ଟା ୨୦ ମିନିଟ୍‌ରେ ଶେଷ ହେଉଛି । ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କେବଳ ତୁଳା ରାଶିର ପୁରୁଷ ଓ ମହିଳାଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ତୁଳାରାଶି ଜାତକ ବିଶିଷ୍ଟ ପୁରୁଷ ଓ ମହିଳାଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଘଟିବ ।
ଆର୍ଥିକ କ୍ଷେତ୍ର ଓ ବ୍ୟବସାୟ କ୍ଷେତ୍ର ଲାଭପ୍ରଦ ରହିବ । ଚାକିରି କରୁଥିଲେ ଉଚ୍ଚ ପଦବୀ ପାଇବାର ସମ୍ଭାବନା ରହିଛି । ଚାକିରି ଆଶାୟୀଙ୍କୁ କର୍ମ ପ୍ରାପ୍ତି ଯୋଗ ଅଛି । ପ୍ରେମିକ ଓ ପ୍ରେମିକାଙ୍କୁ ସେମାନଙ୍କ ମନଲାଖି ଜୀବନସାଥି ମିଳିବାର ସମ୍ଭାବନା ରହିଛି ।

ବିଦେଶ ଯାତ୍ରାର ସମ୍ଭାବନା ରହିଛି । ଅଟକି ଯାଇଥିବା କାମ ପୁଣି ଆଗେଇବ । କରଜ ଟଙ୍କା ଫେରିପାଇବେ । ବିଭିନ୍ନ ଦିଗରୁ ଫାଇଦା ପାଇବେ । ନୂତନ ବନ୍ଧୁ ସୃଷ୍ଟି ହେବେ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ସଫଳତା ପାଇବେ । ବେରୋଜଗାର ଯୁବକ ଯୁବତୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରନ୍ତି । ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କ ଦୃଢ଼ ରହିବ । ରାଜନୀତି କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ସଫଳତା ମିଳିବ ।

ଗ୍ରହଣ ଆରମ୍ଭ ସମୟରୁ ଶେଷ ପର୍ଯ୍ୟନ୍ତ କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ । କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ । କେବଳ ଧ୍ୟାନରେ ବସିପାରନ୍ତି । ଗ୍ରହଣଜନିତ ଅଶୁଭ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଶ୍ରୀଗଣେଶ ମନ୍ତ୍ର, ମୃତ୍ୟୁଞ୍ଜୟ ମନ୍ତ୍ର, ମା’ ଦୁର୍ଗାଙ୍କ ମନ୍ତ୍ର, ନାରାୟଣଙ୍କ ହରି ଓଁ ମନ୍ତ୍ର, ଓଁ ନମଃ ଶିବାୟ ମନ୍ତ୍ର ଜପ କରିପାରନ୍ତି । ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ପଦାକୁ ବାହାରିବା ଅନୁଚିତ । ଜଟିଳ ରୋଗରେ ପୀଡ଼ିତ ଲୋକମାନେ ଗ୍ରହଣ ସମୟରେ ରୋଗ ନିବାରଣ ପୂଜା କରିବା ଉଚିତ ।