‘ଲଭ୍‌ ଜିହାଦ୍‌’ ବିରୋଧୀ ଆଇନ ପ୍ରଣୟନ କରିବ ମହାରାଷ୍ଟ୍ର

ଶ୍ରଦ୍ଧା ୱାଲକର ହତ୍ୟା ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଘୋଷଣା କରିଛନ୍ତି….

ମୁମ୍ବାଇ: ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ଭଳି ଅପରାଧ ରୋକିବା ପାଇଁ ମହାରାଷ୍ଟ୍ର କଡ଼ା ଆଇନ ପ୍ରଣୟନ କରିବାକୁ ଯାଉଛି । ମଙ୍ଗଳବାର ମହାରାଷ୍ଟ୍ର ବିଧାନସଭାରେ ଉପ-ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଲଭ୍‌ ଜିହାଦ ବିରୋଧୀ ଆଇନ ଘୋଷଣା କରିଛନ୍ତି । ଶ୍ରଦ୍ଧା ୱାଲକର ହତ୍ୟା ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଘୋଷଣା କରିଛନ୍ତି । ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ ଭିନ୍ନ ଧର୍ମର ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ସେମାନଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଛନ୍ତି।

ଏପରିକି ସ୍ଥଳ ବିଶେଷରେ ଯୁବତୀଙ୍କୁ ନିର୍ମମ ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଭଳି ଅପରାଧକୁ କଠୋର ହସ୍ତରେ ଦମନ କରିବା ପାଇଁ ‘ଲଭ୍‌ ଜିହାଦ’କୁ ସମାଧି ଦିଆଯିବା ଦରକାର । ଏହି କ୍ରମରେ ଫଡନାଭିସ ଶ୍ରଦ୍ଧା ୱାଲକରଙ୍କୁ ତୁରନ୍ତ ନ୍ୟାୟ ପାଇଁ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ଶୁଣାଣି ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିବା କଥା କହିଛନ୍ତି ।