ପୁଣି ଥରେ କରୋନାର ଲେଉଟାଣି ପ୍ରଳୟ ଆରମ୍ଭ, ଦେଖନ୍ତୁ ଭିଡ଼ିଓ..

କରୋନା ଭାରିଆଣ୍ଟ୍ ଚିହ୍ନଟ ପଦକ୍ଷେପ ସତର୍କ କଲା କେନ୍ଦ୍ର..

ମନରୁ ଶଙ୍କା ସମ୍ପୂର୍ଣ୍ଣ ଭାବେ ଯାଉନି କାହିଁକିନା, କରୋନାକୁ ସମୂଳେ ନିପାତ କରିବା ଅସମ୍ଭବ ହେଲା ପରି ଲାଗୁଛି। ଚୀନ୍‌ ରାଜଧାନୀ ବେଜିଂରେ କରୋନା ବିସ୍ଫୋରଣ ହେଉଛି କହିଲେ ଚଳେ। ସେଠି ନିୟମକୁ ଖୁବ୍ ଜୋର୍‌ରେ କଡ଼ାକଡ଼ି ଭାବେ ପାଳନ କରାଯିବା ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି


ଅନ୍ୟ ପାଖେ ଦେଖିବାକୁଗଲେ, ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ଥରେ କରୋନା ଲହର ଆରମ୍ଭ ହେଲାଣି। ଆମେରିକାର କେତୋଟି ଅଞ୍ଚଳରେ କରୋନା କଟକଣା ଲାଗୁ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସେଠି ସମସ୍ତେ ମାସ୍କ ଲଗାଇବା ନିୟମ ପ୍ରଣୟନ ହୋଇଛି। ଏବେ ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ଚିନ୍ତାର କାରଣ ପାଲଟି ଯାଇଛି। ପ୍ରଶାସନ କହିଛି, ଲୋକେ ବେଳ ହୁଁ ସଚେତନ ହେଲେ କରୋନା ନିୟନ୍ତ୍ରଣକୁ ଆସିଯିବ ନଚେତ୍ ପୁଣି ଥରେ କରୋନାର ଲେଉଟାଣି ପ୍ରଳୟ ଆରମ୍ଭ ହେବ।

ସେହିପରି ପୁଣି ଥରେ ଭାରତକୁ ଡରାଇଲାଣି ମାରାତ୍ମକ ମହାମାରୀ କରୋନା। ଚୀନ୍‌ରେ ଆତଙ୍କ ଖେଳାଥିବା ଓମିକ୍ରନର ସବ୍‌ଭାରିଏଣ୍ଟ ବିଏଫ୍‌.୭ ଏବେ ଭାରତରେ ମଧ୍ୟ ଚିହ୍ନଟ ହୋଇଛି। ଭାରତରେ ଏହି ଭାରିଏଣ୍ଟରେ କେତେଜଣ ସଂକ୍ରମିତ ହୋଇଥିବା ଜଣାପଡିଛି।


ସୂଚନା ମୁତାବକ, ଅକ୍ଟୋବରରେ ବିଏଫ୍‌.୭ର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଗୁଜରାଟର ବାୟୋଟେକ୍ନୋଲଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏହାକୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଭାରିଏଣ୍ଟର ଦୁଇଟି ମାମଲା ଗୁଜରାଟରୁ ଚିହ୍ନଟ ହୋଇଥିବା ବେଳେ ଓଡିଶାରୁ ଗୋଟିଏ ଚିହ୍ନଟ ହୋଇଛି

ବର୍ତ୍ତମାନ ଚୀନ୍‌ରେ ଓମିକ୍ରନର ଏହି ସବ୍‌ଭାରିଏଣ୍ଟ ଆତଙ୍କ ଖେଳାଇଛି। ବିଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଭାରତ ସରକାର ତତ୍ପର ହୋଇଛନ୍ତି। ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ ହୋଇଛି। ଗତକାଲିଠାରୁ ସାମ୍ପଲ ଟେଷ୍ଟ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।