‘ମୁଁ ଆପଣଙ୍କ ଚାକରାଣୀ ନୁହେଁ’

ଯାତ୍ରୀଙ୍କୁ ବିମାନ ପରିଚାରିକାଙ୍କର କଡ଼ା ଜବାବ…..

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ଭିତରେ ଜଣେ ଯାତ୍ରୀଙ୍କ ପ୍ରତି ପରିଚାରିକାଙ୍କ ଆଚରଣ ଓ ଉଚ୍ଚାରଣ କ୍ରମେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଘଟଣାଟି ଡିସେମ୍ବର ୧୬ ତାରିଖରେ ତୁର୍କୀ ରାଜଧାନୀ ଇସ୍ତାନବୁଲରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନଘାଟିରେ ଅବତରଣ କରିଥିବା ଇଣ୍ଡିଗୋ ବିମାନରେ ଘଟିଥିଲା । ସୋସିଆଲ ମିଡିଆରେ ସକ୍ରିୟ ଲୋକମାନେ ବିମାନ ପରିଚାରିକାଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ।

ଭିଡିଓରେ ବିମାନ ପରିଚାରିକା ଜଣେ ଯାତ୍ରୀଙ୍କୁ ଖାଦ୍ୟ ପରଷିବାକୁ ଯାଇ ଅପମାନିତ ଅନୁଭବ କରି ଏପରି ବାକ୍ୟ ପ୍ରୟୋଗ କରିଛନ୍ତି । ସଂପୃକ୍ତ ଯାତ୍ରୀଙ୍କ ଆଚରଣକୁ ବହୁ ଲୋକ ନାପସନ୍ଦ କରିଛନ୍ତି ।
ଜେଟ୍‌ ଏୟାରୱେଜ ମୁଖ୍ୟ ସଂଜିବ କପୁର ବିମାନ ପରିଚାରିକାଙ୍କୁ ସମର୍ଥନ କରିବା ସହିତ ସଂପୃକ୍ତ ଯାତ୍ରୀଙ୍କୁ ସମାଲୋଚନା କରିଛନ୍ତି ।

ସଂଜିବ କମେଂଟ କରିଛନ୍ତି, ବେଶ କିଛିଦିନ ଧରି ବିମାନ ଭିତରେ ଯାତ୍ରୀଗଣ ପରିଚାରିକା ମଣ୍ଡଳୀ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ସାଧାରଣ ଲୋକଙ୍କ ଭଳି ବିମାନ ପରିଚାରିକାଙ୍କର ସ୍ୱାଭିମାନ ରହିଛି । ସାମାନ୍ୟ କଥାରେ ସେମାନଙ୍କୁ ଗାଳିଫଜିତ ଓ ଅପମାନିତ କରିବା ଆଦୌ ଗ୍ରହଣୀୟ ନୁହେଁ ।