ମାୟାବିନୀ ନାରୀ: ପ୍ରେମିକକୁ ବିଶ୍ୱାସ, ସ୍ୱାମୀକୁ ବିଷ

ମୁମ୍ବାଇ : ଦୁନିଆରେ ମା’ ଶବ୍ଦଟି ଯେତିକି ପବିତ୍ର, ମାୟାବିନୀ ଶବ୍ଦଟି କଳଙ୍କିତ ଚରିତ୍ର । ଜଣେ ବିବାହିତା ନାରୀ ପରପୁରୁଷ ପ୍ରେମରେ ମତୁଆଲା ହୋଇ ତା’ର ସ୍ୱାମୀକୁ ବିଷ ଦେଇ ମାରିଛି । ନାରୀର ଏ ଚରିତ୍ରକୁ ଆପଣ କେଉଁ ନାମ ଦେବେ । ମାୟାନଗରୀ ମୁମ୍ବାଇରେ ଏମିତି ଏକ ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ କରିଛି ।

ଘଟଣାକୁ ମୁମ୍ବାଇ କ୍ରାଇମ୍‌ ବ୍ରାଂଚ ଖୁଲାସା କରିଛି । କମଳାକାନ୍ତ ଶାହ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ସିଆଇଡି ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ କବିତା ଓ ତାଙ୍କର ପ୍ରେମିକ ହିତେଶ ଜୈନଙ୍କୁ ଗିରଫ କରିଛି । କବିତା ଦୈନିକ ତାଙ୍କ ପତିଙ୍କୁ ଭୋଜନରେ ଆର୍ସେନିକ ଓ ଥେଲିୟମ ଦେଉଥିଲେ । ଅସୁସ୍ଥ କମଳାକାନ୍ତଙ୍କୁ ସେପ୍ଟେମ୍ବର ୩ ତାରିଖରେ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁସାରେ କମଳାକାନ୍ତ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ୧୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା ।

କମଳାକାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ମନରେ ସନ୍ଦେହଜାତ ହୋଇଥିଲା । ତେଣୁ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲା ଦୌରାଜଜ୍‌ ଅଭିଯୁକ୍ତ ମହିଳା ଓ ତାଙ୍କର ପ୍ରେମିକକୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି ।