ମୋଦୀ ଖାଉଛନ୍ତି ଦିନକୁ ୨ ଲକ୍ଷ

ଗରିବଙ୍କୁ ଟିକସ ବୋଝ, ଧନୀଙ୍କୁ ଛାଡ଼

କେନ୍ଦ୍ରର ମୋଦୀ ସରକାରଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାରଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ତେରଚ୍ଛା ବାଣ ମାରିଛନ୍ତି । କେଜରୀୱାଲ କହିଛନ୍ତି, କେନ୍ଦ୍ର ସରକାରଙ୍କ ଟିକସ ବୋଝରେ ଗରିବ ଲୋକଙ୍କ ଅଂଟା ଭାଙ୍ଗିଗଲାଣି । ମାତ୍ର ଧନୀଙ୍କୁ ୫ ଲକ୍ଷ କୋଟି ଟଙ୍କା ଟିକସ ଛାଡ଼ି ଦିଆଯାଉଛି । କେନ୍ଦ୍ର ସରକାରଙ୍କ ଅଜବ ନୀତି ଏବେ ଲୋକଙ୍କୁ ସନ୍ତାପିତ କରିରଖିଛି । ଗରିବ ଲୋକଟିର ଭୋଜନ ଉପରେ ଟିକସ ବସାଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଆର୍ଥିକ ସଙ୍କଟ ଦୂର କରିବେ । ମାତ୍ର ଧନୀଙ୍କଠାରୁ ବାକିଆ ଟିକସ ଆଦାୟ କରିବେନି । ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ମୋଦିଜୀ କେବେ ମଧ୍ୟ ଦେଶବାସୀଙ୍କୁ ସ୍ପଷ୍ଟ ସୂଚନା ଦେଉନାହାନ୍ତି । ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପାଖରେ ଟଙ୍କା ଅଭାବ । ସେନାବାହିନୀରେ ପେନସନ୍‌ ବ୍ୟବସ୍ଥା ଲୋପ କରିବା ପାଇଁ ଅଗ୍ନିବୀର ଯୋଜନାକୁ ଅଗ୍ରାଧୀକାର ଦିଆଯାଉଛି । ସରକାର ଅଷ୍ଟମ ବେତନ ଆୟୋଗ ପ୍ରତି ମନ ବଳାଉନାହାନ୍ତି । ମନରେଗା ଯୋଜନାର ବ୍ୟୟ ଅଟକଳ ୨୫% ହ୍ରାସ ପାଇଛି । ରାଜକୋଷ ସ୍ଥିତି ଦୟନୀୟ ଥିଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦିନକୁ ଦୁଇଲକ୍ଷ ଟଙ୍କିଆ ଭୋଜନ ଖାଉଛନ୍ତି । ସରକାରଙ୍କ ବିଚିତ୍ର ନୀତି ଖଟିଖିଆଙ୍କୁ କାଳ ସଦୃଶ ।