ହରିବୋଲ ପକାଇ କରୋନାକୁ ସ୍ୱାଗତ କରିବେ ମୋଦୀଜୀ

ଚୀନର ପଡେ଼ାଶୀ ହୋଇଥିବାରୁ ଯେକୌଣସି ମୁହୂର୍ତରେ….

ନୂଆଦିଲ୍ଲୀ: ଚୀନର ପଡେ଼ାଶୀ ହୋଇଥିବାରୁ ଯେକୌଣସି ମୁହୂର୍ତରେ ଭାରତରେ କରୋନାର ବିଏଫ୍‌.୭ ଭାରିଏଂଟ ପ୍ରବେଶ କରିପାରେ । ପୂର୍ବଥର ଘଂଟା କରତାଳି ଭିତରେ କରୋନାକୁ ସ୍ୱାଗତ କରାଯାଇଥିଲା । ଏଥର ହରିବୋଲ ହୁଳହୁଳି ପକାଇ କରୋନାକୁ ସ୍ୱାଗତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀଜୀ ।
ଚୀନରେ କରୋନାର ବିଏଫ୍‌.୭ ପ୍ରଜାତିର ଭୂତାଣୁ ବ୍ୟାପିଛି । କରୋନା ଭୂତାଣୁର ନୂଆ ଅବତାର ଥିଲା ଓମିକ୍ରନ୍‌ । ସେହି ଓମିକ୍ରନର ଆଉ ଏକ ଶକ୍ତିଶାଳୀ ଅବତାର ହେଉଛି ବିଏଫ୍‌.୭ । ଚୀନରେ ଔଷଧ ଅଭାବ ପଡିଲାଣି । ହସ୍ପିଟାଲରେ ଖଟିଆ ଅଭାବ ପଡ଼ିଲାଣି । ଅନ୍ତିମ ସଂସ୍କାର ପାଇଁ ମଶାଣି ଅଭାବ ପଡ଼ିଲାଣି । ଡାକ୍ତର, ଗବେଷକଙ୍କ ବୁଦ୍ଧି ଅଭାବ ପଡ଼ିଲାଣି । ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି କରୋନା ।

ଚୀନ ଭଳି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରକୁ ଯେତେ ମୁହଁ ଫୁଟାଣି ମାରିଲେ ମଧ୍ୟ ଭିତରେ ଭିତରେ ଭୟଭୀତ ହେଲେଣି । ଟୀକାକରଣ ପାଇଁ ଲୋକଙ୍କୁ ଏକପ୍ରକାର ବାଧ୍ୟ କରିଥିଲେ କେନ୍ଦ୍ର ସରକାର । ଏପରିକି ଟୀକା ନନେଲେ ଅଫିସ ଭିତରକୁ ପ୍ରବେଶ ନିଷେଧ, କାରଖାନା ଭିତରକୁ ପ୍ରବେଶ ନିଷେଧ, ପ୍ରତିଯୋଗିତାମୂଳକ ପରୀକ୍ଷାରେ ବସିବା ନିଷେଧ; ସରକାରଙ୍କର ଏମିତି ନାନା କଟକଣାରୁ ମୁକ୍ତି ପାଇବା ପାଇଁ ବିପୁଳ ସଂଖ୍ୟକ ଲୋକମାନେ କରୋନା ପ୍ରତିଷେଧକ ଟୀକା ନେବାକୁ ବାଧ୍ୟ ହୋଇଥିଲେ । ଏବେ ଓମିକ୍ରନର ନୂଆ ରୂପ ବିଏଫ୍‌.୭ ଭୂତାଣୁର ଶକ୍ତିଶାଳୀ ରୂପ ଲୋକଙ୍କୁ ଛାନିଆ କଲାଣି ।

ସରଳ ଭାଷାରେ କହିଲେ, ସରକାରଙ୍କ ପରାମର୍ଶ ଗ୍ରହଣ କରି ତିନି ତିନିଥର ଟୀକା ନେଇଥିବା ଲୋକକୁ ମଧ୍ୟ ବିଏଫ୍‌.୭ ଭୂତାଣୁ ସଂକ୍ରମଣ କରିବାର ସମ୍ଭାବନା ରହିଛି । ଚୀନରେ ସଂକ୍ରମିତ ବିଏଫ୍‌.୭ ଭାରିଏଂଟ ଭୂତାଣୁ ଏତେ ଶକ୍ତିଶାଳୀ ଯେ ମୋଦୀ ସରକାରଙ୍କ ଟୀକାକରଣ ତା’ର କିଛି କରିପାରିବନି ।