ମୋଦିଙ୍କ ଭାଗ୍ୟକୁ ଜୁଟିଛି ନେହୁରୁଙ୍କୁ ଟପିବାର ସାଧନ

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ବାଦିକ ଓ ଜିୟୋ ପଲିଟିକାଲ ବିଶେଷଜ୍ଞ ଫରିଦ ଜକାରିୟାଙ୍କ ମତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁଙ୍କୁ ଟପିଯିବାର ସୁବର୍ଣ୍ଣ ସୁଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ମହଜୁଦ ରହିଛି । ଭାରତର ଆର୍ଥିକ ସ୍ଥିତିକୁ ବଦଳାଇବାର ସୁଯୋଗ ମୋଦିଙ୍କ ଆଖି ଆଗରେ ରହିଛି । ତା’ ସହିତ ତାଙ୍କ ଗୋଡ଼ ଟାଣିବା ପାଇଁ ବହୁତ ଲୋକ ଚେଷ୍ଟା କରୁଛନ୍ତି ।

ନେହୁରୁଙ୍କ ଭଳି ଇତିହାସରେ ସ୍ଥାନ ପାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ପ୍ରଚୁର ସୁଯୋଗ ରହିଛି । ମୋଦିଜୀ ସେହିସବୁ ସୁଯୋଗକୁ ସଦ୍‌ ବ୍ୟବହାର କରିପାରିଲେ ହେଲା ।

ଆଧୁନିକ ଭାରତକୁ ପ୍ରତିଷ୍ଠା କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ଯେତିକି ଲୋକପ୍ରିୟ ହୋଇପାରିଛନ୍ତି । ଡିଜିଟାଲ ଯୁଗରେ ଭାରତକୁ ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ପ୍ରତିପାଦିତ କରିବା ପାଇଁ ମୋଦିଙ୍କ ପାଖରେ ସବୁ ପ୍ରକାର ସାଧନ ରହିଛି ।