ଆଉ ଶ୍ରୀମନ୍ଦିର ଭିତରକୁ ଯିବା ଦରକାର ପଡ଼ିବନି

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପାଖରେ ସାତଥର ବୁଲିଆସିଲେ ଆଉ ମନ୍ଦିର ଭିତରକୁ ଯାଇ ଧାଡ଼ିରେ ଘଂଟାଧିକ ସମୟ ଠିଆହୋଇ ରତ୍ନବେଦିରେ ବଡ଼ଠାକୁରଙ୍କୁ ଦର୍ଶନ କରିବା ଦରକାର ପଡ଼ିବନି । ଏଭଳି କଥା କହିଛନ୍ତି ପୁରୀ ଗଜପତି ମହାରାଜ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟିକୁ ତିଆରି କରି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମକକ୍ଷ ହୋଇଯାଇଛନ୍ତି ।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପରେ ଆଉ ଯଦି କେହି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଭକ୍ତ ହେବାକୁ ଯୋଗ୍ୟ ବୋଲି ମନେ କରୁଥାନ୍ତି; ସେହି ମହାଶୟ ନିଶ୍ଚିତ ଭାବେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ଏ କଥା ରାଜ୍ୟର ସାଢେ଼ ଚାରିକୋଟି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।ପୁରୀକୁ ଆସୁଥିବା ଲୋକମାନେ କୌଣସି କାରଣରୁ ବଡ଼ଠାକୁରଙ୍କ ଦର୍ଶନ କରି ନପାରିଲେ, ଶ୍ରୀମନ୍ଦିର ଚାରିପଟେ ଥରୁଟେ ପରିକ୍ରମା କଲେ ଚଳିବ ।

ବଡ଼ଠାକୁରଙ୍କ ଦର୍ଶନରେ ଯେତିକି ପୂଣ୍ୟ, ତାଙ୍କ ବେଢ଼ା ବାହାରେ ଥରୁଟେ ପରିକ୍ରମା କଲେ ସେତିକି ପୂଣ୍ୟ ମିଳିବ ବୋଲି ଗଜପତିଙ୍କ ରାଜପୁରୋହିତ କହିଛନ୍ତି ।ଲୋକମାନେ କହୁଛନ୍ତି, ମନ୍ଦିର ତୋଳାଇବା ଠାରୁ ବଡ଼କାମଟିଏ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେଘନାଦ ପାଚେରୀ କଡ଼ରୁ ଦୋକାନୀଙ୍କୁ ହଟାଇ ପରିକ୍ରମା ପ୍ରକଳ୍ପ ତିଆରି କରିବା ଛୋଟିଆ କାମ ନୁହେଁ । ସେଭଳି କାମ କରିବା ପାଇଁ ଦୃଢ଼ ମାନସିକତା ରହିବା ଜରୁରୀ ।