ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ପାର କଲା କୋଭିଡ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ ଦ୍ରୁତଗତିରେ ବଢିଚାଲିଛି କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ୩ ଲକ୍ଷରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି । ଦେଶରେ ଏବେ ଦୈନିକ ଆକ୍ରାନ୍ତ ୨ ଲକ୍ଷ ଓ ପରେ ୫୦ ହଜାର ପରେ ଏବେ ଏହା ୩ ଲକ୍ଷ ପାର କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୩ଲକ୍ଷ ୧୭ ହଜାର ୫୩୨ କୋଭିଡ ପଜିଟିଭ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ୪୯୧ ଛୁଇଁଛି ।