ଟେଷ୍ଟ ରାଙ୍କିଙ୍ଗରେ ଉପରକୁ ଉଠିଲେ କୋହଲି-ବୁମରା

ନୂଆଦିଲ୍ଲୀ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍‌ ଶେଷ ହୋଇଛି । ଆଇସିସି ପକ୍ଷରୁ ଟେଷ୍ଟ ର‍୍ୟାଙ୍କିଙ୍ଗ ଜାରି କରାଯାଇଛି । ଏଥିରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଥିବାବେଳେ ଋଷଭ ପନ୍ତ ୧୦ଟି ସ୍ଥାନ ଉପରକୁ ଉଠି ୧୪ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି କେପଟାଉନ୍‌ ଟେଷ୍ଟରେ ୬ ୱିକେଟ୍‌ ନେଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶୀର୍ଷ ୧୦ମ ସ୍ଥାନକୁ ଉଠିଛନ୍ତି ।

ସେହିପରି ଦକ୍ଷିଣ ଆଫ୍ରିକାର କିଗନ ପିଟରସନ ୬୮ ସ୍ଥାନ ଉପରକୁ ଉଠି ୩୩ତମ ସ୍ଥାନରେ ପହଞ୍ଚିଛନ୍ତି ।