ବିକାଶ ପାଇଁ ପୁଣି ସାଂସଦମାନଙ୍କୁ ଦିଆଯିବ ହାତପାଣ୍ଠି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପୁଣି ଥରେ ସାଂସଦ ହାତପାଣ୍ଠି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛନ୍ତି । ସେ କହିଛନ୍ତି ଯେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ସାଂସଦ ହାତପାଣ୍ଠି ଯୋଜନାକୁ କେନ୍ଦ୍ର ସରକାର ପୁଣି ଥରେ ଚାଲୁ କରିବାକୁ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, କୋଭିଡ-୧୯ ବିରୋଧୀ ଲଢେଇରେ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାଂସଦ ହାତପାଣ୍ଠିକୁ ବନ୍ଦ କରାଯାଇଥିଲା । ଏବେ ଦେଶରେ ଅର୍ଥ ବ୍ୟବସ୍ଥାର ସୁଧାର ଆସିଥିବାରୁ ଏହି ଯୋଜନାକୁ ପୁଣିଥରେ ଚାଲୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ବର୍ଷଠାରୁ ପୂର୍ବଭଳି ପ୍ରତିବର୍ଷ ୫ କୋଟି ଟଙ୍କା ଲେଖାଏଁ ପ୍ରତି ସାଂସଦଙ୍କୁ ମିଳିବ ।