‘ହମାସ୍ ଭଳି ହମ୍ଲା କରିବାକୁ ପଡ଼ିବ’

ଆତଙ୍କୀ ସଂଗଠନ ‘କଶ୍ମୀର ଫାଇଟ୍‌’ର ଏକ ଧମକପୂର୍ଣ୍ଣ ଚିଠି ସାମ୍ନାକୁ ଆସିଛି । ଆତଙ୍କୀ ସଂଗଠନ ଆହ୍ୱାନ କରିଛି, ‘ହମାସ୍‌ ଆତଙ୍କୀମାନେ ଯୋଉଭଳି ଆଭିମୁଖ୍ୟ ରଖି ଇସ୍ରାଏଲକୁ ଆକ୍ରମଣ କଲେ । ଆମ ସମସ୍ତଙ୍କୁ ସେହିଭଳି ଭାବେ ପ୍ରସ୍ତୁତ ହୋଇ ଭାରତକୁ ଆକ୍ରମଣ କରିବାକୁ ପଡ଼ିବ । ଜମ୍ମୁ-କଶ୍ମୀର ମାଟିରେ ପର୍ଯ୍ୟଟକ, ଅନ୍ୟ ରାଜ୍ୟର ବାସିନ୍ଦା, ସୁରକ୍ଷାକର୍ମୀଙ୍କୁ ଶାନ୍ତିରେ ରହିବାକୁ ଦିଆଯିବନି ।’

ହାଇ ପ୍ରୋଫାଇଲ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବା ପାଇଁ ‘କଶ୍ମୀର ଫାଇଟ୍‌’ ତା’ର ସବୁ କର୍ମୀଙ୍କୁ ପରାମର୍ଶ ଦେଇଛି । ଗାଜା ସହରର ଇସ୍ରାଏଲ-ହମାସ୍‌ ଯୁଦ୍ଧ ଯେଭଳି ମିଳିତ ଜାତିସଂଘ ସମେତ ସାରା ବିଶ୍ୱବାସୀଙ୍କୁ ବିଚଳିତ କଲା ।

ଆମର ଭାରତ ବିରୋଧୀ ଆକ୍ରମଣ ସେମିତି ସାରା ବିଶ୍ୱକୁ ବିଚଳିତ କରିବ । ଏବେ ସମୟ ଆସିଛି ସବୁ ଆତଙ୍କୀ ସଂଗଠନକୁ ଏକଜୁଟ୍‌ ହୋଇ ଭାରତ ସରକାରଙ୍କ ବିରୋଧରେ ଅନ୍ତିମ ଲଢେ଼ଇ କରିବାକୁ ।