ମୋ ଜୀବନ ପ୍ରତି ବିପଦ ଅଛି : ଇମ୍ରାନ ଖାନ୍‌

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ନିଜର ଜୀବନ ପ୍ରତି ବିପଦ ରହିଥିବା କଥା ଏକ ଜନସଭାକୁ ସମ୍ବୋଧି….

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ନିଜର ଜୀବନ ପ୍ରତି ବିପଦ ରହିଥିବା କଥା ଏକ ଜନସଭାକୁ ସମ୍ବୋଧିକ କରି କହିଛନ୍ତି । ଇମ୍ରାନ୍‌ ଖାନ କହିଛନ୍ତି ଏହି ଷଡଯନ୍ତ୍ର ପାକିସ୍ତାନ ଓ ବିଦେଶରେ ହେଉଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ଜଣା ଅଛି ଯେ, ହତ୍ୟା ପାଇଁ ଷଡଯନ୍ତ୍ର କିଏ କରୁଛି । ମୁଁ ଏକ ଭିଡିଓ ରେକର୍ଡିଂ କରିଛି । ଏଥିରେ ସେହି ଲୋକମାନଙ୍କର ନାମ ଉଜାଗର କରାଯାଇଛି । ଯେଉଁମାନେ ଷଡଯନ୍ତ୍ରରେ ସଂପୃକ୍ତ ଅଛନ୍ତି । ଯଦି ମୋତେ ହତ୍ୟା କରାଯାଏ, ତା’ହେଲେ ଏହି ଭିଡିଓକୁ ସର୍ବସାଧାରଣଙ୍କ ସାମ୍ନାକୁ ଆସିବ । ସୂଚନାଯୋଗ୍ୟ ଯେ, ଇମ୍ରାନ୍‌ ଖାନ ଗତ ମାସରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କ୍ଷମତା ହରାଇଥିଲେ । ସେ ଅଭିଯୋଗ ଆଣିଥିଲେ ଯେ ଆମେରିକା ସ୍ଥାନୀୟ ଲୋକଙ୍କ ସହାୟତାରେ ଖେଳୁଛି ।