ନିଜ ସେନାକୁ ନିଜେ ହତ୍ୟା କରୁଛି ରୁଷ

ୟୁକ୍ରେନ ଉପରେ ଘୋମାଘୋଟ ମିସାଇଲ ମାଡ କରିବାରେ ବ୍ୟସ୍ତ ରୁଷ…

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଘୋମାଘୋଟ ମିସାଇଲ ମାଡ କରିବାରେ ବ୍ୟସ୍ତ ରୁଷ ସୈନ । ୟୁକ୍ରେନରେ ଅନେକ ନିରୀହଙ୍କୁ ହତ୍ୟା କରିଥିବା ପୁଟିନ ସେନା ଏବେ ଆହୁରି ଅଭାବନୀୟ କାଣ୍ଡ ଘଟାଉଛି । ଯୁଦ୍ଧ ବେଳେ ଆହତ ହେଉଥିବା ନିଜ ସୈନ୍ୟଙ୍କୁ କୌଣସି ଚିକିତ୍ସା ସେବା ନ ଯୋଗାଇ ସେମାନଙ୍କୁ ହତ୍ୟା କରୁଛି । ଏନେଇ ରୁଷ ସୈନ୍ୟ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ୟୁକ୍ରେନ ଦ୍ୱାରା ଗିରଫ ହୋଇଥିବା କିଛି ସୈନ୍ୟ ନିଜ କମାଣ୍ଡରଙ୍କର କାର୍ଯ୍ୟାନୁଷ୍ଠାନର ପର୍ଦ୍ଦାଫାସ କରିଛନ୍ତି । ସୂଚନା ମୁତାବକ କିଛି ସୈନ୍ୟ ଯୁଦ୍ଧରେ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ଚିକିତ୍ସା ସେବା ଦରକାର ଥିବାବେଳେ ଜଣେ ଲେଫ୍ଟନାଣ୍ଡ କର୍ଣ୍ଣେଲ ସେମାନଙ୍କୁ ନିଜେ ଗୁଳିକରି ହତ୍ୟା କରିଥିଲେ । ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣ ଜଣକରି ସୈନ୍ୟଙ୍କୁ ଛିଡ଼ା କରାଇ ଚାଲିବା ପାଇଁ କହିଥିଲେ । ଯେଉଁମାନେ ଚାଲିବାକୁ ଅସମର୍ଥ ସେମାନଙ୍କୁ ତୁରନ୍ତ ହତ୍ୟା କରାଯାଇଥିଲା ।

ୟୁକ୍ରେନୀୟ ସାମ୍ବାଦିକଙ୍କ ନିକଟରେ କିଛି ଯୁବ ଗୁଇନ୍ଦା ସୈନ୍ୟ ଏଭଳି ତଥ୍ୟ ପ୍ରକାଶ କରିବା ସହ କିଛି ଭିଡିଓ କ୍ଲିପ ମଧ୍ୟ ସାମ୍ନାକୁ ଆସିଛି । ସେିହପରି କିଛି ସୈନ୍ୟ ଯୁଦ୍ଧରେ ଆହତ ହୋଇ ଛଟପଟ ହେଉଥିଲା ବେଳେ ଜଣେ କମାଣ୍ଡର ଗୋଟି ଗୋଟି କରି ହତ୍ୟା କରିଥିଲେ । ଅନ୍ୟପକ୍ଷରେ ହତ୍ୟା ପରେ ରୁଷୀୟ କମାଣ୍ଡର ମୃତଦେହଗୁଡ଼ିକୁ ରାସ୍ତାଘାଟରେ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଉଥିଲେ । ସେହିପରି କମ ବୟସର ଯୁବକଙ୍କୁ ବାଧ୍ୟବାଧକତା ଭାବେ ସାମରିକ ତାଲିମ ଦିଆଯାଇ ଯୁଦ୍ଧରେ ସାମିଲ କରାଯାଉଛି । ସ୍ୱଳ୍ପ ଅଭିଜ୍ଞତା ଯୋଗୁ ସେମାନେ ଶୀଘ୍ର ୟୁକ୍ରେନ ସେନାର ଶିକାର ପାଲଟୁଛନ୍ତି ।