ଅଭିନୟକୁ ବାଏ ବାଏ : ରାଜନୀତିରେ ଏଣ୍ଟ୍ରି କଲେ କଙ୍ଗନା

ଅଭିନୟକୁ ବାଏ ବାଏ : ରାଜନୀତିରେ ଏଣ୍ଟ୍ରି କଲେ କଙ୍ଗନା …

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ଶର୍ମା ଅଭିନୟ ଦୁନିଆକୁ ବାଏ ବାଏ କରିଛନ୍ତି । କଙ୍ଗନା ଏବେ ଅଭିନୟ ଛାଡି ରାଜନୀତିରେ ପାଦ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ କଙ୍ଗନା ଶର୍ମା ବଲିଉଡ୍‌ରେ ଅନେକ ଫିଲ୍ମ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ । କିନ୍ତୁ ଏବେ ଆପ ଦଳରେ ଯୋଗ ଦେଇ ନିଜର ରାଜନୈତିକ ଦଳରେ ପ୍ରବେଶ କରିଛନ୍ତି । ଏନେଇ ଆପ ପାର୍ଟି ପକ୍ଷରୁ ଏକ ଟୁଇଟ୍‌ ମଧ୍ୟ କରାଯାଇଥିଲା । ଟ୍ୱିଟରେ କୁହାଯାଇଛି କି ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନା ଶର୍ମା ଆମ୍‌ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଆପ ପରିବାର ତାଙ୍କୁ ସ୍ୱାଗତ କରୁଛନ୍ତି । ସୂଚନାଯୋଗ୍ୟ ଯେ, କଙ୍ଗନା ଶର୍ମା ଅଭିନୟ କରିବା ପୂର୍ବରୁ ସେ ମଡେଲିଂ କରୁଥିଲେ ଏବଂ ପରେ ସେ ଚଳଚ୍ଚିତ୍ର ଜଗତରେ କ୍ୟାରିୟର ଆରମ୍ଭ କରିଥିଲେ ।