ରାଜଧାନୀ ଦିଲ୍ଲୀରେ ନିଆଁ ବର୍ଷା

ରାଜଧାନୀ ଦିଲ୍ଲୀରେ ରବିବାର ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ…

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ରବିବାର ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ପାର କରିଛି । ଆସନ୍ତା ଦୁଇଦିନ ଭାରତର ଉତ୍ତର ପଶ୍ଚିମ ଓ ମଧ୍ୟ ଭାଗରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗରମ ଓ ଝାଞ୍ଜି ପବନ ପାଇଁ ଦିଲ୍ଲୀରେ ଲୁ ପ୍ରଭାବ ଅଧିକ ଦେଖା ଦେଇଛି । ସେହିପରି ପଞ୍ଜାବ, ହରିଆଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଲୁର ପ୍ରଭାବ ଦେଖିବାକୁ ମିଳିଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ଆଇଏମଡିର ସୂଚନା ଅନୁସାରେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଘଡ଼ଘଡ଼ି ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ପଞ୍ଜାବ ଓ ପୂର୍ବ ଉତ୍ତର ପ୍ରଦେଶର ଘଡ଼ଘଡ଼ି ସହିତ ଅଳ୍ପ ବର୍ଷା ହେବାର ଅନୁମାନ କରାଯାଇଛି ।