ଭାରତୀୟ ଦଳରେ ସାମିଲ ହେବେ ତିଲକ ବର୍ମା!

ଆଇପିଏଲ-୨୦୨୨ର ୧୫ତମ ମ୍ୟାଚରେ ଚେନ୍ନାଇ-ମୁମ୍ବାଇ ମଧ୍ୟରେ କଡା…

ମୁମ୍ବାଇ : ଆଇପିଏଲ-୨୦୨୨ର ୧୫ତମ ମ୍ୟାଚରେ ଚେନ୍ନାଇ-ମୁମ୍ବାଇ ମଧ୍ୟରେ କଡା ଟକ୍କର ହୋଇଥିଲା । ଏହି ମୁକାବିଲାରେ ମୁମ୍ବାଇର ସହଜ ବିଜୟ ଲାଭ ହୋଇଥିଲା । ୫ ୱିକେଟରେ ପରାସ୍ତ ହୋଇଥିଲା ଚେନ୍ନାଇ । ମୁମ୍ବାଇ ବିଜୟର ହିରୋ ଥିଲେ ଡାନିଏଲ ସାମ୍ସ ଓ ତିଲକ ବର୍ମା । ସାମ୍ସ ତିନୋଟି ୱିକେଟ ନେଇଥିବା ବେଳେ ତିଲକ ସଙ୍କଟରୁ ଉଦ୍ଧାର କରି ଦଳକୁ ଜିତାଇଥିଲେ । ଭାରତୀୟ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍‌ ପରେ ତିଲକଙ୍କୁ ଜୋରଦାର ପ୍ରଶଂସା କରିବା ସହ ଖୁବଶୀଘ୍ର ଭାରତୀୟ ଦଳ ପାଇଁ ଖେଳିବେ ବୋଲି କହିଥିଲେ । ରୋହିତ ଆହୁରି କହିଥିଲେ ଯେ ତିଲକ ବହୁତ ଭଲ ଖେଳାଳି । ସେ କଠିନ ପରିସ୍ଥିତିରେ ଦଳକୁ ଜିତାଇଛନ୍ତି । ତାଙ୍କ ପାଖରେ ଟେକନିକ ରହିଥିବା କହିଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା ।