ନ୍ୟାସନାଲ ହେରାଲ୍ଡ ମାମଲା: ୭୫୦ କୋଟି ଟଙ୍କା ଛଡ଼ାଇ ନେଲା ଇଡି

ନୂଆଦିଲ୍ଲୀ: ବେଆଇନ ଟଙ୍କା କାରବାର ମାମଲାରେ ଜଡ଼ିତ ନ୍ୟାସନାଲ ହେରାଲ୍ଡ ନ୍ୟୁଜପେପର ମାଲିକାନାରେ ଥିବା ୭୫୧.୯ କୋଟି ଟଙ୍କା ବ୍ୟାଜାପ୍ତି କରିଛି ଇଡି । ଉକ୍ତ ସଂସ୍ଥାଟି କଂଗ୍ରେସ ଜଡ଼ିତ ୟଙ୍ଗ୍‌ ଇଣ୍ଡିଆ ଲିମିଟେଡ୍‌ ପରିଚାଳନାଧିନ ଥିଲା । ସମ୍ବାଦପତ୍ର ପ୍ରକାଶନ ଦାୟିତ୍ୱ ତୁଲାଉଥିଲେ ଆସୋସିଏଟେଡ୍‌ ଜର୍ଣ୍ଣାଲ ଲିମିଟେଡ୍‌ । ସଂସ୍ଥାର ଟଙ୍କା ଦେଣନେଣ ବ୍ୟବସ୍ଥାକୁ ସମ୍ଭାଳୁଥିଲେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ।

ଇଡି ସୂଚନା ମୁତାବକ ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ର ପରିଚାଳନା କ୍ଷେତ୍ରରେ ଉଭୟ ଆସୋସିଏଟେଡ୍‌ ଜର୍ଣ୍ଣାଲ ଲିମିଟେଡ୍‌ ଓ ୟଙ୍ଗ୍‌ ଇଣ୍ଡିଆ’ର ବିବାଦୀୟ ଭୂମିକା ରହିଛି । ଏଜେଏଲ ମାଲିକାନାରେ ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷେ୍ନରେ ପ୍ରାୟ ୬୬୧.୬୯ କୋଟି ଟଙ୍କାର ଅଚଳାଚଳ ସଂପତି ରହିଛି । ୟଙ୍ଗ୍‌ ଇଣ୍ଡିଆ ମାଲିକାନାରେ ୯୦.୨୧ କୋଟି ଟଙ୍କାର ଅଚଳାଚଳ ସଂପତି ରହିଛି । ଇଡି ଯାହା କରୁଛି, କିଛି ଠିକ୍‌ କରୁନି ବୋଲି କଂଗ୍ରେସ ଅଭିଯୋଗ କରିଛି ।