New Delhi : ଅମିତ ଶାହଙ୍କ ଛାଟରେ ରାଷ୍ଟ୍ରପତିଙ୍କ ପାଟି ଚୁପ୍‌ କରିଦେଲେ ସୁପ୍ରିମକୋର୍ଟ

New Delhi : ଗୋଟିଏ ବିଲକୁ ସ୍ୱୀକୃତି ଦେବା ପାଇଁ ରାଷ୍ଟ୍ରପତିଙ୍କୁ ସମୟ ସୀମା ଭିତରେ ଆବଦ୍ଧ କରିବାର କ୍ଷମତା ସୁପ୍ରିମକୋର୍ଟଙ୍କ ନିକଟରେ ଅଛି କି? ଏମିତି ପ୍ରାୟ ୧୪ଟି ପ୍ରଶ୍ନ ସମ୍ବିଳିତ ଏକ ପତ୍ର ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇଥିଲେ ମହାମହିମ ରାଷ୍ଟ୍ରପତି । ତାମିଲନାଡୁ ସରକାରଙ୍କ ଦ୍ୱାରା ଆଗତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଭାରତର ରାଷ୍ଟ୍ରପତିଙ୍କୁ ୩ ମାସିଆ କଂଟ ଜାରି କରିଥିଲେ ।

ସୁପ୍ରିମକୋର୍ଟଙ୍କ ରାୟକୁ ସହଜରେ ହଜମ କରିପାରିଲେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବହୁତ ଭାବିଚିନ୍ତି ରାଷ୍ଟ୍ରପତି ମହୋଦୟା ସୁପ୍ରିମକୋର୍ଟଙ୍କ କ୍ଷମତା ପରିସର ଜାଣିବା ପାଇଁ ଚିଠିଟାକୁ ଲେଖିଥିଲେ ।

ରାଷ୍ଟ୍ରପତିଙ୍କ ଚିଠିକୁ ଆମୂଳଚୂଳ ପଢ଼ିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବି ଆର୍‌ ଗାଭାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାର ଉଦାହରଣ ଦେଇ ରାଷ୍ଟ୍ରପତିଙ୍କ ସବୁ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜାଣତରେ ସଂପୃକ୍ତ ନିର୍ଦ୍ଦେଶନାମାଟି ଜାରି କରାଯାଇଛି ଯୋଉଥିରେ ଉଲ୍ଲେଖ କରାଯାଇଛି କି କୌଣସି ବିଲକୁ କୌଣସି ପରିସ୍ଥିତିରେ ୩ ମାସରୁ ଅଧିକ ସମୟ ଅଟକାଇ ପାରିବେନି ରାଷ୍ଟ୍ରପତି ।

ସୁପ୍ରିମକୋର୍ଟ ସବୁବେଳେ ତାଙ୍କର ସୀମା ଭିତରେ ରହି ସେମାନଙ୍କ ଦୃଷ୍ଟିକୁ ଅଣାଯାଉଥିବା ମାମଲାର ବିଚାର କରିଥାନ୍ତି । ଯେଉଁ ବିଜେପି ନେତାମାନେ ରାଷ୍ଟ୍ରପତିଙ୍କ ପକ୍ଷଭୁକ୍ତ ହୋଇ ସୁପ୍ରିମକୋର୍ଟଙ୍କ କ୍ଷମତାକୁ ସମାଲୋଚନା କରୁଥିଲେ । ସେମାନେ ଶାହଙ୍କ ଛାଟ ଖାଇ ସାବାଡ୍‌ ହୋଇଯାଇଥିବେ ।