Eliminate Bangladeshis Campaign : ମୋହନଙ୍କୁ ମହଙ୍ଗା ପଡ଼ିବ ବାଂଲାଦେଶୀଙ୍କୁ ତଡ଼ି

Eliminate Bangladeshis Campaign : ଏକା ଭୁବନେଶ୍ୱର ନୁହେଁ, ସାରା ଓଡ଼ିଶାକୁ ଚରି ଯାଇଛନ୍ତି ବାଂଲାଦେଶୀ । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଏଭଳି କବଳିତ କରି ରଖିଛନ୍ତି ବାଂଲାଦେଶୀ, ସେମାନଙ୍କୁ ଚିହ୍ନଟ କରି ରାଜ୍ୟରୁ ତଡ଼ିବା ମୋହନ ମାଝିଙ୍କୁ ମହଙ୍ଗା ପଡ଼ିବ ।  ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ‘ବାଂଲାଦେଶୀ ହଟାଅ’ ଅଭିଯାନ ସଂପର୍କରେ ଅବଗତ ହେଲା ପରେ ବୁଦ୍ଧିଜୀବୀ ମହଲରୁ ଏମିତି ପ୍ରତିକ୍ର୍ରିୟାମାନ ପ୍ରକାଶ ପାଇଛି ।

ଖବରରୁ ପ୍ରକାଶ ଯେ ରାଜନଗର, ସାତଭାୟା, ଡାଙ୍ଗମାଳ, ଗୁପ୍ତି, କୁଜଙ୍ଗ, ଏରସମା ଭଳି ଉପକୂଳ ଇଲାକାରେ ବହୁ ସଂଖ୍ୟକ ବାଂଲାଦେଶୀ ପରିବାରଙ୍କୁ ଥଇଥାନ କରାଯାଇଛି । ସ୍ଥାନୀୟ ରାଜନେତାଙ୍କ ପାଇଁ ବାଂଲାଦେଶୀ ଭୋଟର ଗେମ୍‌ ଚେଞ୍ଜର ଭୂମିକା ଗ୍ରହଣ କରିଥାନ୍ତି ।

ଭୂତପୂର୍ବ ରାଜନେତା ନଳିନୀକାନ୍ତ ମହାନ୍ତିଙ୍କ ବିଧାନସଭା ମଣ୍ଡଳୀ ଭିତରେ ଏମିତି ଏକ ବାଂଲାଦେଶୀ ବହୁଳ ଇଲାକା ଅଛି ଯୋଉଠି ନଳିନୀକାନ୍ତଙ୍କୁ ରାଜା ରୂପେ ପ୍ରତିବର୍ଷ ଅଭିଷିକ୍ତ କରାଯାଉଥିଲା । ଭାରତ ସରକାର ଅବା ଓଡ଼ିଶା ସରକାରଙ୍କ ଦ୍ୱାରା ଥଇଥାନ ହୋଇଥିବା ବାଂଲାଦେଶୀ ପରିବାର ଯେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ହେଉ ନଥିବେ, କିଏ କହିବ?

ଭାରତରେ ଜନ୍ମିତ ଜଣେ ବ୍ୟକ୍ତି ବା ମହିଳା ଯଦି ଟଙ୍କା କେଇଟା ଲୋଭରେ ଦେଶଦ୍ରୋହ କାମ କରିପାରୁଛି, ସେ କ୍ଷେତ୍ରରେ ନାଗରିକ ପରିଚୟ ପତ୍ର, ଆଧାର କାର୍ଡ ଓ ପ୍ୟାନ୍‌ କାର୍ଡ ହାସଲ କରିଥିବା ବାଂଲାଦେଶୀଙ୍କ ପ୍ରତି ସନ୍ଦେହ କରିବା ତର୍କସଂଗତ । ମାତ୍ର ସେମାନଙ୍କୁ ଦେଶ ବାହାରକୁ ତଡ଼ିବା ଆଦୌ ସହଜ କାମ ହେବନି । ଏଭଳି ଚାଲେଞ୍ଜକୁ ସାହସର ସହିତ ସାମ୍ନା କରିବାକୁ ହେଲେ ପ୍ରଥମେ ବିଧାନସଭାକୁ ଅଳିଆ ମୁକ୍ତ କରିବାକୁ ପଡ଼ିବ।

ବୈଜୟନ୍ତ ପଣ୍ଡାଙ୍କ ଭଳି ସାଂସଦଙ୍କୁ ପ୍ରଥମେ ସାଧୁ ସଚ୍ଚୋଟ ବୋଲି ପରୀକ୍ଷା ଦେବାକୁ ପଡ଼ିବ । ବିଜେପି ଖୋଳପା ଭିତରେ ଲୁଚି ରହିଥିବା ବାଂଲାପ୍ରେମୀଙ୍କୁ କଠିନ ପରୀକ୍ଷା ଦେବାକୁ ପଡ଼ିବ।