ନୀତୀଶ କୁମାର ସହକ୍ରମି ବିଜେପି ଉପରେ ଚାପ ପକାଇବାକୁ ଯୋଜନା

ବିହାରରେ ଆସନ ବୁଝାମଣା ନେଇ ଏନଡିଏର ସହଯୋଗୀ ଦଳମାନେ ଏପର୍ଯ୍ୟନ୍ତ କୌଣସି ସହମତିରେ ପହଞ୍ଚି ପାରିନାହାନ୍ତି । ସେପଟେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରାଇବା ପାଇଁ ,ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଭଙ୍ଗ କରିପାରନ୍ତି । ଲୋକସଭା ନିର୍ବାଚନରେ ଆସନ ବଣ୍ଟନରେ ବିଳମ୍ବ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ନୀତୀଶ କୁମାର ଆଜିଠୁ ବିଦେଶ ଗସ୍ତରେ ଯିବେ । ଏହା ପୂର୍ବରୁ ସେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ବୈଠକ ରଖିବେ ।ତେବେ ,ଏହାଛଡ଼ା ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ହେଲେ ନୀତୀଶଙ୍କ ଦଳ ଆସନ ବୁଝାମଣାରେ ଫାଇଦା ପାଇପାରିବ ବୋଲି ରାଜନୈତିକ ବିଶ୍ଳେଷକଙ୍କ ଏକ ଗୋଷ୍ଠୀ ବିଶ୍ୱାସ କରୀଲେଣି ।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିହାରରେ ୧୭ଟି ଆସନରେ ଲଢ଼ିଥିଲା ।ଏବଂ ନୀତୀଶଙ୍କ ଦଳ ୧୭ଟି ଆସନରେ ଲଢ଼ିଥିଲା । ଅବଶିଷ୍ଟ ୬ଟି ଆସନ ସ୍ୱର୍ଗତ ରାମ ବିଳାସଙ୍କ ଏଲଜେପି ହାତରେ ରହିଅଛି ।