ବିଜୁ ଓଡ଼ିଶା ଓ ନବୀନ ଓଡ଼ିଶା ଭିତରେ ଫରକ ଏକମାତ୍ର ପାଣ୍ଡିୟାନ

ମୁଖ୍ୟମନ୍ତ୍ରୀଙ୍କୁ ଚାରିଆଡୁ ଆବୋରି ରାଜ୍ୟ ଶାସନକୁ ନିୟନ୍ତ୍ରଣ କରୁଥିବା ପାଣ୍ଡିୟାନ ଏବେ ରାଜ୍ୟବାସୀଙ୍କୁ ନୂତନ ଓଡ଼ିଶା ଗଠନ ସଂପର୍କରେ ବହୁ ସାରଗର୍ଭକ ଭାଷଣ ଦେଉଛନ୍ତି । ବିକାଶ ଧାରାରେ ନୂତନ ଓଡ଼ିଶାକୁ ଭସାଇବାକୁ ଦିନରାତି ଅବିଶ୍ରାନ୍ତ କାମ କରୁଛନ୍ତି । ପାଣ୍ଡିୟାନଙ୍କ ନୂତନ ଓଡ଼ିଶା ଓ ପୁରାତନ ଓଡ଼ିଶା ଭିତରେ ରହିଥିବା ପାର୍ଥକ୍ୟ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଯିବା ଦରକାର ବୋଲି ରାଜ୍ୟ ପଛୁଆ ବର୍ଗ ସାମ୍ମୁଖ୍ୟ ଆବାହକ ସୀତାରାମ ବେହେରା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ଓଡ଼ିଶା ଭିତରେ ତଫାତ୍‌ କ’ଣ? ପାଣ୍ଡିୟାନ ସେ ବିଷୟରେ ଲୋକଙ୍କୁ ଜଣାଇବା ଜରୁରୀ ନୁହେଁ କି? ବିଜୁ ପଟ୍ଟନାୟକ ୧୩ଟି ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିଥିଲେ । ୧୩ଟି ଜିଲ୍ଲା ଓ ୩୦ଟି ଜିଲ୍ଲାର କଳେବର ଭିତରେ କିଛି ପାର୍ଥକ୍ୟ ଦେଖିବାକୁ ମିଳିନି ।

୩୦ଟି ଜିଲ୍ଲାକୁ ୬୦ଟି ଜିଲ୍ଲା କରିଦେଲେ ରାଜ୍ୟର ସୀମା ବୃଦ୍ଧି ପାଇବନି । ବରଂ ଜିଲ୍ଲାଗୁଡ଼ିକ ଛୋଟ ହୋଇଯିବ । ୬୦ଟି ଜିଲ୍ଲାକୁ ୬୦ଟି ଜିଲ୍ଲାପାଳ ଆବୋରି ବସିବେ । ମାତ୍ର ଲୋକଙ୍କ ସମସ୍ୟା ଦୂର ହେବନି । ବରଂ ଲୋକଙ୍କ ଉପରେ ଋଣ ଭାର ବଢ଼ିଯିବ ।

ବିଜୁ ପଟ୍ଟନାୟକଙ୍କୁ ମୁଣ୍ଡରେ ବସାଇବା ଦରକାର ନାହିଁ । ବିଜୁ ପଟ୍ଟନାୟକ ଯେତିକି ପ୍ରଶଂସନୀୟ, ସେତିକି ନିନ୍ଦନୀୟ ଚରିତ୍ର । ତାଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ସଂପର୍କରେ ଆପଣମାନଙ୍କୁ କିଛି ଅଜଣା ନାହିଁ । ତାଙ୍କ ମୁଣ୍ଡରେ ବୁଦ୍ଧି ଥିଲେ ଜଣେ ସରକାରୀ କର୍ମଚାରୀ କଥାରେ ଉଠବସ ହେଉ ନଥାନ୍ତେ ।

ଏମିତି ପରିଣତ ବୟସରେ ବିଜୁ ପଟ୍ଟନାୟକ ତକ୍ରାଳୀନ ଆଇଏଏସ୍‌ ପ୍ୟାରିମୋହନ ମହାପାତ୍ରଙ୍କ କଥା ମାନି ସଚ୍ଚିବାଳୟରେ ମାଡ଼ ଖାଇଥିଲେ । ନବୀନ ପଟ୍ଟନାୟକଙ୍କୁ ସେଭଳି ଦୁଃଖଦାୟକ ସ୍ଥିତି ଭୋଗିବାକୁ ନପଡୁ; ଏତିକି କାମନା ।