କିଛି ନୂଆ ନୁହେଁ: ଇନ୍ଦିରା ଗାନ୍ଧୀଙ୍କୁ ଅନୁସରଣ କରୁଛନ୍ତି ନରେନ୍ଦ୍ର ମୋଦୀ

ଦେଶର ଶାସନ ବ୍ୟବସ୍ଥାକୁ ଭଲ କରି ଅନୁଧ୍ୟାନ କଲେ, ଇନ୍ଦିରା ଗାନ୍ଧୀଙ୍କ ଶାସନ ଓ ନରେନ୍ଦ୍ର ମୋଦୀଙ୍କ ଶାସନ ମଧ୍ୟରେ କିଛି ତଫାତ୍‌ ନାହିଁ । ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ଶାସନ ନୀତିକୁ ପ୍ରତିବାଦ କରି କଂଗ୍ରେସରୁ ବହୁ ବରିଷ୍ଠ ନେତାମାନେ ବିଦା ହୋଇଥିଲେ ।

ଶାସନରେ ଅଚଳାବସ୍ଥା ଆଶଙ୍କା କରି ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ଶାସନ ଜାରି କଲେ । ଲାଲୁ ଯାଦବ, ଜ୍ୟୋତି ବସୁ, ବିଜୁ ପଟ୍ଟନାୟକଙ୍କ ଭଳି ନେତାମାନଙ୍କୁ ଜେଲ ଯିବାକୁ ପଡ଼ିଥିଲା । ସେହି ସମୟରେ ନରେନ୍ଦ୍ର ମୋଦୀଙ୍କ ବୟସ ଥିଲା ୨୩/୨୪ । ନରେନ୍ଦ୍ର ମୋଦୀଙ୍କ ଗିରଫଦାରି ଆଦେଶ ଜାରି କରାଯିବାରୁ ସେ ବିଦେଶକୁ ପଳାୟନ କରିଥିଲେ ।

ଇନ୍ଦିରାଜୀଙ୍କ ଜରୁରୀକାଳୀନ ଶାସନ ବିରୋଧରେ ଦେଶରେ ପ୍ରବଳ ଜନମତ ସୃଷ୍ଟି ହୋଇଥିଲା । ଜରୁରୀକାଳୀନ ପରବର୍ତୀ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ହାର ଦେଖିବାକୁ ପଡ଼ିଲା ।

ଏବେ ବିଜେପି ଭାଗ୍ୟରେ ସେହି ଅବସ୍ଥା ଘଟିବାକୁ ଯାଉଛି । ମାତ୍ର ୧୦ ବର୍ଷ କାଳ ଶାସନରେ ରହି ବିଜେପି ଦେଶଟାକୁ ବିଦେଶ ହାତରେ ଟେକିଦେବାକୁ ବାହାରିଲାଣି । ପୁଣିଥରେ କ୍ଷମତାକୁ ପଠାଇବା ଅର୍ଥ ଦେଶଟାକୁ ବଳି ପକାଇ ଦିଆଯିବ ।