ଜାନୁୟାରୀ ୨୪ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ବିଜେତାମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୪ ଅପରାହ୍ନ ୪ଟା….

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୪ ଅପରାହ୍ନ ୪ଟା ବେଳେ ନିଜ ବାସଭବନ ୭, ଏଲକେଏମରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର (ପିଏମଆରବିପି) ବିଜେତାମାନଙ୍କ ସହ ଆଲୋଚନା କରିବେ ।

 

ଭାରତ ସରକାର ନବାଚାର, ସମାଜସେବା, ଶୈକ୍ଷିକ, କ୍ରୀଡା, କଳା ଓ ସଂସ୍କୃତି ଏବଂ ସାହସିକତା ଭଳି ଛଅଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କରିଥାନ୍ତି । ପ୍ରତ୍ୟେକ ବିଜେତାଙ୍କୁ ଏକ ମେଡାଲ, ଏକ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ଓ ପ୍ରମାଣପତ୍ର ଦିଆଯାଇଥାଏ । ଚଳିତ ବର୍ଷ ବାଲ ଶକ୍ତି ପୁରସ୍କାରର ବିଭିନ୍ନ ବର୍ଗ ଅନ୍ତର୍ଗତ ସାରା ଦେଶରୁ ୧୧ ଜଣ ପିଲାଙ୍କୁ ପିଏମଆରବିପି- ୨୦୨୩ ପାଇଁ ଚୟନ କରାଯାଇଛି । ବିଜେତାମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬ ପୁଅ ଓ ୫ ଝିଅ ସାମିଲ ଅଛନ୍ତି ।