ସୁପ୍ରିମକୋର୍ଟଙ୍କ ରାୟ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ପାଇଁ ମୁଖ୍ୟ ବିଚାରପତିଙ୍କ ବିଚାରକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟଙ୍କ ରାୟ…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟଙ୍କ ରାୟ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ପାଇଁ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡିୱାଇ ଚନ୍ଦ୍ରଚୂଡଙ୍କ ବିଚାରକୁ ସ୍ୱାଗତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ନିକଟରେ ଏକ କାର୍ଯ୍ୟକ୍ରମରେ, ସମ୍ମାନନୀୟ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡିୱାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟଙ୍କ ରାୟ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବାକୁ ଉଦ୍ୟମର ଆବଶ୍ୟକତା ଥିବା ସମ୍ପର୍କରେ କହିଛନ୍ତି । ଏଥିପାଇଁ ପ୍ରଯୁକ୍ତି ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ଏକ ପ୍ରଶଂସନୀୟ ବିଚାର ଯାହା ଅନେକଙ୍କୁ ବିଶେଷ କରି ଯୁବପୀଢିଙ୍କୁ ସାହାଯ୍ୟ କରିବ ।’’

 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି;

“ଭାରତରେ ଅନେକ ଭାଷା ରହିଛି, ଯାହା ଆମ ସାଂସ୍କୃତିକ ଗତିଶୀଳତାକୁ ସମୃଦ୍ଧ କରିଥାଏ । କେନ୍ଦ୍ର ସରକାର ଭାରତୀୟ ଭାଷାଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଉଦ୍ୟମ ଜାରି ରଖିଛନ୍ତି, ଏଥିରେ ଇଞ୍ଜିନିୟରିଂ ଓ ଡାକ୍ତରୀ ଭଳି ବିଷୟଗୁଡିକୁ ବିଦ୍ୟାର୍ଥୀମାନେ ନିଜ ମାତୃଭାଷାରେ ପଢିବାର ବିକଳ୍ପ ସାମିଲ ରହିଛି ।’’