ବିଜେପି ନେତ୍ରୀଙ୍କ କାରନାମା ଜାଣିଲେ ଆଶ୍ଚର୍ଯ୍ୟ ହେବେ

୮ ବର୍ଷ ଧରି ଦିବ୍ୟାଙ୍ଗଙ୍କୁ ଦେଉଥିଲେ ଶାରୀରିକ ଯନ୍ତ୍ରଣା..

ରାଂଚୀ: ଉପରକୁ ଧୁଆମୁଗ ବୋଲାଉଥିବା ରାଜନେତାଙ୍କ ଅସଲ କାରନାମା ଏତେ ନୀଚସ୍ତରର ଯାହାକୁ ଭାଷାରେ ବର୍ଣ୍ଣନା କରିବା କଷ୍ଟକର ବ୍ୟାପାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ଶାସନରେ ଦାଗ ଲଗାଇଛନ୍ତି ଜଣେ ବିଜେପି ନେତ୍ରୀ । ଜନଜାତି ସଂପ୍ରଦାୟର ଜଣେ ୨୯ ବର୍ଷ ବୟସର ଦିବ୍ୟାଙ୍ଗଙ୍କ ପ୍ରତି ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବିଜେପି ନେତ୍ରୀ ସୀମା ପାତ୍ର ।

ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ମହେଶ୍ୱର ପାତ୍ରଙ୍କର ଧର୍ମପତ୍ନୀ ହେଉଛନ୍ତି ସୀମା । ଗତ ୮ ବର୍ଷ ଧରି ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ବନ୍ଦୀ କରି ରଖିବା ସହ ଯାବତୀୟ ଶାରୀରିକ ନିର୍ଯାତନା ଦେଉଥିଲେ । ସଂପୃକ୍ତ ଦିବ୍ୟାଙ୍ଗ ମହିଳାଙ୍କ ନାମ ସୁନୀତା । ପୋଲିସ ଆଗରେ ସୁନୀତା କହିଛନ୍ତି ଯେ ତାଙ୍କୁ ପେଟପୁରା ଭୋଜନ ଦିଆଯାଉ ନଥିଲା । ସାମାନ୍ୟ ଭୁଲ ପାଇଁ ତାଙ୍କୁ ଲୁହା ରଡରେ ମାଡ଼ ଦିଆଯାଉଥିଲା । ଅନେକବାର ଗରମ ତାୱା ଜରିଆରେ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିଲା । ଏବେ ସୁନୀତାଙ୍କୁ ରାଂଚୀସ୍ଥିତ ରିମ୍ସରେ ରଖାଯାଇ ଚିକିତ୍ସା କରାଯାଉଛି ।
Seema
ସୁନୀତାଙ୍କ ବୟାନରୁ ଜଣାଯାଏ, ତାଙ୍କ ମାଲିକାଣୀ ସୀମା ଅତ୍ୟନ୍ତ ନିଷ୍ଠୁର ପ୍ରକୃତିର । ଥରେ ମାମୁଲି ଘଟଣାରେ ଲୁହାରଡ୍‌ରେ ମାଡ଼ ମାରି ସେ ସୁନୀତାଙ୍କର ଦାନ୍ତ ଭାଙ୍ଗି ଦେଇଥିଲେ । ସୁନୀତା ଚାଲିବାକୁ ସକ୍ଷମ ନଥିବାରୁ ଘୁଷୁରି ଘୁଷୁରି ଚଲାବୁଲା କରନ୍ତି । କେବେକେବେ ଶୌଚାଳୟକୁ ଯିବା ବାଟରେ ଅକସ୍ମାତ ପରିସ୍ରା କରିଦେଲେ, ତାକୁ ଜିଭରେ ପରିସ୍ରା ଚାଟିଚାଟି ସଫା କରିବାକୁ ବାଧ୍ୟ କରାଯାଉଥିଲା । ଦୀର୍ଘ ଦିନ ଧରି ସେ ସୂର୍ଯ୍ୟଙ୍କ କିରଣ ଦେଖିନାହିଁ । ସୀମାଙ୍କ କଳା କାରନାମା ପ୍ରଘଟ ହେବାରୁ ବିଜେପି ନେତୃବର୍ଗ ତାଙ୍କୁ ଦଳରୁ ବାହାର କରି ଦେଇଛନ୍ତି । ପୀଡ଼ିତାଙ୍କ ବୟାନକୁ ଆଧାର କରି ପୁଲିସ ସୀମାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଜାଣିବା ପରେ ରାଜ୍ୟପାଳ ରମେଶ ବ୍ୟାସ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।