ପ୍ରଥମ କେ-ପପ୍‌ ଷ୍ଟାର ହେବେ ଓଡିଆ ଝିଅ ଶ୍ରେୟା!

ନୂଆଦିଲ୍ଲୀ : ରାଉରକେଲାର ଓଡିଆ ଝିଅ ଶ୍ରେୟା ଲେଙ୍କା ଭାରତର ପ୍ରଥମ କେ-ପପ୍‌ ଷ୍ଟାର୍‌ ହେବେ । ଦକ୍ଷିଣ କୋରିଆର ଗାର୍ଲ ଗ୍ରୁପ ବ୍ଲାକସ୍ୱାନରେ ସାମିଲ ପାଇଁ ସେ ମନୋନୀତ ହୋଇଛନ୍ତି । ସେହିପରି ଫାଇନାଲରେ ଦୁଇଜଣ ଅଛନ୍ତି । ଫାଇନାଲ୍‌ରେ ଶ୍ରେୟାଙ୍କ ସହ ରହିଛନ୍ତି ବ୍ରାଜିଲର ଗେବ୍ରିଏଲା ଡାଲସିନ୍‌ । ନିକଟରେ ଊଜ ମ୍ୟୁଜିକ୍‌ ପ୍ରକାଶ କରିଛି ଯେ ଏହି ସ୍ଥାନ ପାଇଁ ଦୁଇଜଣ ମନୋନୀତ ହୋଇଛନ୍ତି । ବ୍ରାଜିଲର ଗାବ୍ରିଏଲା ଡ୍ୟାନ୍ସ କଭର ଗର୍ଲ ଗ୍ରୁପ୍‌ କୁଇନ୍ସ ଅଫ୍‌ ରିଭୋଲ୍ୟୁସନର ଏକ ଅଂଶ ।

ଅନ୍ୟପକ୍ଷରେ ଏକମାତ୍ର ଭାରତୀୟ ପ୍ରଶିକ୍ଷକ ଶ୍ରେୟା ଲେଙ୍କା ମଧ୍ୟ ଜଣେ ପରିପକ୍ୱ ନୃତ୍ୟଶିଳ୍ପୀ ଏବଂ ଯୋଗ ପ୍ରଶିକ୍ଷକ । ସେ ଗାବ୍ରିଏଲାଙ୍କ ପରି କେ-ପପ୍‌ ଡ୍ୟାନ୍ସକୁ ମଧ୍ୟ କଭର୍‌ କରନ୍ତି । ସେହିପରି ଉଭୟ ଫାଇନାଲିଷ୍ଟ ତାଲିମ ପାଇଁ ଦକ୍ଷିଣ କୋରିଆ ଗସ୍ତରେ ଯାଉଛନ୍ତି ।