ପାକ୍ ଅଧିକୃତ କଶ୍ମୀର ନୁହେଁ ପାକ୍ କବଳିତ କଶ୍ମୀର

ପାକ୍ ଅଧିକୃତ କଶ୍ମୀର ବା ପିଓକେ ବୋଲି ଯୋଉ ଅଂଚଳକୁ କୁହାଯାଉଛି । ସେହି ଅଂଚଳକୁ ପାକିସ୍ତାନ ଭାରତକୁ ପରାସ୍ତ କରି ଦଖଲ କରିଛି, ନା ବେଆଇନ ଭାବେ ମାଡ଼ିବସିଛି । ଏ ବିଷୟଟିକୁ ଭଲ ଭାବରେ ଭାରତର ପ୍ରତ୍ୟେକ ବୁଦ୍ଧିଜୀବୀଙ୍କୁ ଉଣାଅଧିକେ ଜଣା ଅଛି।

ସୂଚନା ଯୋଗ୍ୟ, ପିଓକେ କୁ ପାକ୍ ଅଧିକୃତ କଶ୍ମୀର ଭାବେ ଉଚ୍ଚାରଣ କରିବା ମାତ୍ରେ ପ୍ରତିଟି ଭାରତୀୟଙ୍କ ବିବେକକୁ ପଚାରୁଛି, ପାକିସ୍ତାନ କେବେ ଭାରତକୁ ପରାସ୍ତ କରି କଶ୍ମୀରକୁ ଦଖଲ କରିଛି? ପାକ୍ ଆଦିବାସୀ ବିଦ୍ରୋହୀଙ୍କ ଟାର୍ଗେଟ୍ ମହାରାଜା ହରି ସିଂଙ୍କ ଶାସନାଧିନ କଶ୍ମୀର ଥିଲା, ଭାରତ ସରକାରଙ୍କ ଶାସନାଧିନ କଶ୍ମୀର ନଥିଲା । ହରି ସିଂହଙ୍କ ସେନାକୁ ପରାଜିତ କରି ପାକ୍ ଆଦିବାସୀ ବିଦ୍ରୋହୀମାନେ କଶ୍ମୀରର ଯୋଉ ଅଂଚଳକୁ କବଳିତ କଲେ ତାକୁ ପାକିସ୍ତାନ ବେଆଇନ ଭାବେ ମାଡ଼ିବସିଛି ଯାହା ସଂପୂର୍ଣ୍ଣ ବେଆଇନ ।

ପାକିସ୍ତାନ କେବେ କୌଣସି ସିଧାସଳଖ ଯୁଦ୍ଧରେ ଭାରତକୁ ପରାସ୍ତ କରି ଆଂଶିକ କଶ୍ମୀରକୁ ଦଖଲ କରିନି । ଚୁକ୍ତି ମୁତାବକ ଭାରତ ପାକିସ୍ତାନର ବିଦ୍ରୋହୀ ଆଦିବାସୀଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରି ସେମାନଙ୍କ କବଳରୁ କଶ୍ମୀରକୁ ସଂପୂର୍ଣ୍ଣ ରୂପେ ହାସଲ କରିବା ଯୁକ୍ତିସଂଗତ ନୁହେଁ କି !

ଯେ ପର୍ଯ୍ୟନ୍ତ ଭାରତ ହାତକୁ ସଂପୂର୍ଣ୍ଣ କଶ୍ମୀର ନ ଆସିଛି ସେ ପର୍ଯ୍ୟନ୍ତ ଆମେ ପିଓକେ କୁ ପାକ୍ ଅଧିକୃତ କଶ୍ମୀର ନୁହେଁ ବରଂ ପାକ୍ କବଳିତ କଶ୍ମୀର ବା ପାକ୍ ଇନ୍କ୍ରୋଚ୍ଡ କଶ୍ମୀର ବା ପିଇକେ ଭାବେ ଉଚ୍ଚାରଣ କରିବା ଠିକ ହେବ।