ହଟିବ କରୋନା ଚିକିତ୍ସାରେ ବ୍ୟବହୃତ ପ୍ଲାଜମା ଥେରାପି

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ପ୍ଲାଜମା ଥେରାପି ନ୍ୟାଶନାଲ କ୍ଲିନିକାଲ ପ୍ରୋଟୋକଲରୁ ହଟାଇଦିଆଯିବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ମଙ୍ଗଳବାର ଦିନ ପ୍ଲାଜମା ଥେରାପି ସମ୍ବନ୍ଧରେ ବିବୃତ୍ତି ଜାରି କରି ଏଭଳି କହିଛି।

ସୂଚନା ଅନୁସାରେ, ପ୍ଲାଜମା ଥେରାପିର ରେଜଲ୍ଟକୁ ନେଇ ଏକ ସର୍ଭେ ହୋଇଛି। ସେପ୍ଟେମ୍ବରରେ ପ୍ରକାଶିତ ଆଇସିଏମଆର ରିପୋର୍ଟରୁ ଜଣାପଡିଛି ଯେ କୋଭିଡ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ବିଫଳ ହେଉଛି। କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ସେତେଟା ସଫଳ ସାବ୍ୟସ୍ତ ହେଉନି ବୋଲି ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭର୍ଭା କହିଛନ୍ତି। ତେଣୁ ଚିକିତ୍ସା ପ୍ରୋଟୋକଲରୁ ପ୍ଲାଜମା ଥେରାପି ହଟାଇବାକୁ ଚିନ୍ତା କରାଯାଉଛି ବୋଲି ଆଇସିଏମଆର କହିଛି।

ପ୍ଲାଜମା ଥେରାପିର ପ୍ରଭାବକୁ ଅନୁଧ୍ୟାନ କରୁଥିବା ପରୀକ୍ଷାକୁ ପ୍ଲାସିଡ୍ କୁହାଯାଏ। ଏହି ଟେଷ୍ଟ ବିଶ୍ୱର ସର୍ବବୃହତ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ନିୟନ୍ତ୍ରିତ। ଏପ୍ରିଲ୍ ୨୨ ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଦେଶର ୩୯ ଟି କେନ୍ଦ୍ରରେ ୪୬୪ ରୋଗୀଙ୍କ କ୍ଷେତ୍ରରେ ହୋଇଥିବା ପ୍ଲାଜମା ଥେରାପି ପରୀକ୍ଷାକୁ ଆଧାର କରି ଏହି ଗବେଷଣା ହୋଇଥିଲା। ସେପ୍ଟେମ୍ବରରେ ଏକ ମାଗାଜିନରେ ଏହି ଗବେଷଣା ପ୍ରକାଶ ପାଇଥିଲା।