‘ସଂସଦକୁ ଲୁଚୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ’

‘ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ବିଜେପି ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହି ବୁଲୁଛନ୍ତି । ମଣିପୁରରେ ଦୁଇଜଣ ମହିଳାଙ୍କୁ ବିନା କପଡ଼ାରେ ସାଧାରଣରେ ଚଲାଗଲା; ଦୁଷ୍କର୍ମ କରାଗଲା । ସଂପୃକ୍ତ ଘଟଣାର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପ୍ରସାରଣ କରାଗଲା । ଦୁଇଟି ସମୁଦାୟର ଲୋକମାନେ ହଣାକଟାରେ ମାତିବା ଫଳରେ ୫୦ ହଜାରରୁ ଅଧିକ ଲୋକ ଏବେ ବାସହୀନ ।

ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶକୁ ଯାଇ ପ୍ରଶଂସା ପତ୍ର ସାଉଁଟିବାରେ ବ୍ୟସ୍ତ । ଆଜି ସଂସଦ ତାଙ୍କ ମୁହଁରୁ ମଣିପୁର ପରିସ୍ଥିତି ଜାଣିବାକୁ ଚାହୁଁଥିଲା ବେଳେ ସେ ମୁହଁ ଲୁଚାଇ ବୁଲୁଛନ୍ତି । ସେ ସଂସଦକୁ ଆସି ମଣିପୁରର ବାସ୍ତବ ସ୍ଥିତି ଓ ମହିଳାଙ୍କ ସମ୍ମାନ ରକ୍ଷା ପ୍ରସଙ୍ଗରେ ସଂସଦକୁ ନ ଜଣାଇବା ପର୍ଯ୍ୟନ୍ତ ଗୃହରେ କୌଣସି ଆଲୋଚନା କରାଇ ଦେବୁନି ।’

ଆଜି ଏଭଳି ଗର୍ଜନ କରିଛନ୍ତି ମୁସଲିମ ନେତା ଅସାଦୁଦ୍ଦିନ ଓବୈସୀ । କଂଗ୍ରେସ ନେତୃତ୍ୱାଧୀନ ମେଂଟ ‘ଇଣ୍ଡିଆ’ରେ ଓବୈସୀଙ୍କ ଦଳ ଏଆଇଏମ୍‌ଆଇଏମ୍‌ ସାମିଲ ହୋଇଥିବା ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ଓବୈସୀ । ତା’ ସହିତ ସମସ୍ତଙ୍କ ପାଇଁ ସମାନ ଆଇନ ପ୍ରସଙ୍ଗକୁ ମଧ୍ୟ ଅଣଦେଖା କରିଛନ୍ତି ସେ ।