ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କର ଆଜି ଜନ୍ମଦିନ। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଜୀବନର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି ଟ୍ୱିଟରରେ ଲେଖିଛନ୍ତି, ଡ. ମନମୋହନ ସିଂ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛି ଯେ ସେ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ଅନ୍ୟପଟେ ମନମୋହନ ସିଂଙ୍କ ଭଲି ଜଣେ ଅଭିଜ୍ଞ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ଆଜି ଭାରତ ଅନୁଭବ କରୁଥିବା ଲେଖିଛନ୍ତି ରାହୁଲ ଗାନ୍ଧୀ।

ସେ ଲେଖିଛନ୍ତି, ଡ ମନମୋହନ ସିଂଙ୍କ ପରି ଜଣେ ଅଭିଜ୍ଞ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ଭାରତ ଏବେ ଅନୁଭବ କରୁଛି। ତାଙ୍କର ସଚ୍ଚୋଟତା, ଶ୍ରଦ୍ଧା ଏବଂ ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ। ତାଙ୍କୁ ଜନ୍ମଦିନର ବହୁତ ଶୁଭେଚ୍ଛା ଏବଂ ଆଗାମୀ ଏକ ସୁନ୍ଦର ବର୍ଷ କାମନା କରୁଛି।

Who's been the unluckiest Prime Minister of India?

ସୂଚନାଯୋଗ୍ୟ, ଆଜି ୮୮ ବର୍ଷ ବୟସରେ ପାଦ ଥାପିଛନ୍ତି ମନମୋହନ। ମୋଦିଙ୍କ ପୂର୍ବରୁ ୨୦୦୪ ରୁ ୨୦୧୪ ଯାଏଁ ୧୦ ବର୍ଷ ଧରି ସେ ଭାରତର ପ୍ରଧାନମନ୍ତ୍ରୀ ରହିଛନ୍ତି। ପୂର୍ବରୁ ମଧ୍ୟ ସେ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଅର୍ଥମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ସେ ସମୟରେ ସେ ଉପସ୍ଥାପିତ କରିଥିବା ବଜେଟକୁ ଐତିହାସିକ ଆଖ୍ୟା ଦିଆଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ଅମଳରେ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ନିଯୁକ୍ତ ଥିଲେ।