ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୬ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

୧୬ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪ ଜଣ ରହିଛନ୍ତି। ସେହିଭଳି କୋରାପୁଟ ଏବଂ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଁଏ ରହିଛନ୍ତି। ବାକି ବାଲେଶ୍ୱର, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତିି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ମୋଟ ପଜିଟିଭ୍ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨ ଛୁଇଁଛି। ୩୯ ହଜାର ୧୮୪ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧ ଲକ୍ଷ ୬୫ ହଜାର ୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ୩୦ ଲକ୍ଷ ୬୨ ହଜାର ୭୧୭ଟି ସାମ୍ପୁଲ୍ ଏଯାଏଁ ପରୀକ୍ଷା ହୋଇଛି।