ପୁଣି ୪୩୫୬ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ୯୦୨

ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୫୨୯ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୧୮୨୭ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୪୦୯, ଅନୁଗୋଳରୁ ୧୯୭, ବାଲେଶ୍ୱରରୁ ୧୯୪, ନୂଆପଡ଼ାରୁ ୧୭୩, ଜଗତସିଂହପୁରରୁ ୧୭୧, ମୟୁରଭଞ୍ଜରୁ ୧୫୩, ଭଦ୍ରକରୁ ୧୨୪, ରାୟଗଡ଼ାରୁ ୧୨୧, ଝାରସୁଗୁଡ଼ାରୁ ୧୨୦, କେନ୍ଦ୍ରାପଡ଼ାରୁ ୧୧୯, ବରଗଡ଼ରୁ ୧୦୬, ସୁନ୍ଦରଗଡ଼ରୁ ୧୦୧ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳରୁ ୩୨୬ ଜଣ ରହିଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨ ଛୁଇଁଛି। ୩୯ ହଜାର ୧୮୪ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧ ଲକ୍ଷ ୬୫ ହଜାର ୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ୩୦ ଲକ୍ଷ ୬୨ ହଜାର ୭୧୭ଟି ସାମ୍ପୁଲ୍ ଏଯାଏଁ ପରୀକ୍ଷା ହୋଇଛି।