ଏନସିବି ନିକଟରେ ହାଜର ହେଲେ ଦୀପିକା

ମୁମ୍ବାଇ: ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ ଲିଙ୍କରେ ଫସିଛନ୍ତି ବଲିଉଡ଼ର ବହୁ ଅଭିନେତ୍ରୀ। ଆଜି ସକାଳୁ ଦୀପିକା ପାଦୁକୋନ ଏନସିବିର ଏସଆଇଟି କାର୍ଯ୍ୟାଳୟରେ ଜେରା ପାଇଁ ହାଜର ହୋଇଛନ୍ତି।

ଗତକାଲି ଏନସିବି ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂଙ୍କୁ ଏନେଇ ୪ ଘଣ୍ଟା କାଳ ଜେରା କରିଥିଲା। ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ ହୋଇଥିଲା। ଆଜି ଦୀପିକାଙ୍କ ସମେତ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ମଧ୍ୟ ପୁନଃ ଜେରା କରାଯିବ। ଆଗକୁ ଏନସିବି ଜେରାର ସମ୍ମୁଖୀନ ହେବେ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍।