ନୂଆ ସଂସଦ ଭବନ ଉଦଘାଟନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ସାରା ଦେଶ ଦେଖିବ ଭାରତର ନୂଆ ସଂସଦ ଭବନ

ନୂଆଦିଲ୍ଲୀ : ସାରା ଦେଶ ଦେଖିବ ଭାରତର ନୂଆ ସଂସଦ ଭବନ । ଏଥିପ ଜୋରଦାର ଚାଲିଛି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିବେ । ମାସକ ପୂର୍ବରୁ ମୋଦୀ ନିଜେ ଏହାର ନିର୍ମାଣ କାର୍ୟ୍ୟର ନୀରିକ୍ଷଣ କରିଛନ୍ତି । ମେ ମାସର ଶେଷ ଆଡକୁ ନୂଆ ସଂସଦ ଭବନର ଉଦଘାଟନ କରାଯିବ ବୋଲି ସୂଚନା ରହିଛି ।

ମୋଦୀ ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ନୂଆ ସଂସଦ ଭବନର ଉଦଘାଟନ କରାଯିବ ।  ୨୦୧୪ ମେ ୨୬ ତାରିଖରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି କାରଣରୁ ମୋଦୀଙ୍କ ଶାସନର ୯ ବର୍ଷ ପୂରଣ ଅବସରରେ ନୂଆ ସଂସଦ ଭବନ ଉଦଘାଟନ କରାଯିବ । ଏଥିପାଇଁ ଏହାର ଚତୁଃପାଶ୍ୱର୍ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪ ମହଲା ବିଶିଷ୍ଟ ନୂଆ ସଂସଦ ଭବନରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା ରହିଛି ।