ଶ୍ରୀ ଭୂପେନ୍ଦ୍ର ଯାଦବ ମେରୀ ଲାଇଫ୍ ଆପ୍ ଲଞ୍ଚ କରିଛନ୍ତି

ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ ପାଇଁ ଯୁବକ ମାନଙ୍କର କାର୍ଯ୍ୟକୁ ଅନୁଧ୍ୟାନ କରିବା ନିମନ୍ତେ, ବିଶ୍ୱ ପରିବେଶ ଦିବସ, କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପିନ୍ଦର ଯାଦବ “ମେରୀ ଲାଇଫ୍‌” (ମୋ ଜୀବନ) ନାମକ ଏକ ମୋବାଇଲ୍ ଆପ୍ ଆରମ୍ଭ କରିଛନ୍ତି । ଏହି ଆପ୍ ସିଓପି ୨୬ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଲାଇଫ୍‌ର ସଂକଳ୍ପ ଦ୍ୱାରା ଅନୁପ୍ରାଣିତ, ଯାହା ମନୋମୁଖୀ ଏବଂ ଅପଚୟ ବ୍ୟବହାର ପରିବର୍ତ୍ତେ ସଚେତନ ଏବଂ ସୁଚିନ୍ତିତ ଉପଯୋଗକୁ ଗୁରୁତ୍ୱ ଦେଇଥାଏ ।

ଏହି ଅବସରରେ ଶ୍ରୀ ଯାଦବ କହିଛନ୍ତି ଯେ, ଏହି ଆପ୍ ପରିବେଶ ସଂରକ୍ଷଣରେ ନାଗରିକ ମାନଙ୍କର ବିଶେଷ କରି ଯୁବକ ମାନଙ୍କର ଶକ୍ତି ପ୍ରଦର୍ଶନ କରିବ । ସେ ଏହା ମଧ୍ୟ କହିଛନ୍ତି ଯେ , ଏହି ଆପ୍ ମାଧ୍ୟମରେ ଦୈନନ୍ଦିନ ଜୀବନରେ ସରଳ କାର୍ଯ୍ୟଗୁଡ଼ିକ ଜଳବାୟୁ ଉପରେ ଅଧିକ ପ୍ରଭାବ ପକାଇପାରେ । ପୋର୍ଟାଲ ଏବଂ ଆପ୍ ମିଳିତ ଭାବରେ ଲାଇଫ୍ ପାଇଁ ଏକ ଜାତୀୟ ଆନ୍ଦୋଳନ ଚଳାଇବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ମିଶନ୍ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ) ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦ ଅକ୍ଟୋବର ୨୦୨୨ ରେ ଗୁଜରାଟର କେଭାଡିଆ ଠାରେ ଆରମ୍ଭ କରା ଯାଇଥିଲା ଏବଂ ସରଳ ସହଜ କାର୍ଯ୍ୟ ମାଧ୍ୟମରେ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆଚରଣ ପରିବର୍ତ୍ତନ ଆଣିବା ଉପରେ ଏହା କେନ୍ଦ୍ରିତ ହୋଇଥାଏ । ଜାତୀୟ ସ୍ତରର ସମନ୍ୱୟ ଏବଂ ମିଶନ୍ ଲାଇଫ୍‌ର କାର୍ଯ୍ୟକାରିତା ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ହେଉଛି ନୋଡାଲ୍ ମନ୍ତ୍ରଣାଳୟ । ସେମାନଙ୍କର କାର୍ଯ୍ୟାନ୍ୱୟନ ପ୍ରୟାସ ଗୁଡିକର ଏକ ଅଂଶ ଭାବରେ, ମନ୍ତ୍ରଣାଳୟ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଅନୁଷ୍ଠାନ ଏବଂ ବେସରକାରୀ ସଂଗଠନ ଗୁଡ଼ିକୁ ସେମାନଙ୍କର କାର୍ଯ୍ୟକଳାପକୁ ଲାଇଫ୍ ସହିତ ସଂରେଖିତ କରିବା ଏବଂ ବ୍ୟକ୍ତିବିଶେଷ ମାନଙ୍କୁ ସେମାନଙ୍କ ଦ୍ୱାରା କରାଯାଇ ପାରୁଥିବା ସ୍ଥାୟୀ କାର୍ଯ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରେରିତ କରିଛି । ସର୍ବଭାରତୀୟ ସ୍ତରର ସମର୍ଥନ ଏବଂ ଲାଇଫ୍ ବିଷୟରେ ସଚେତନତାକୁ ଅଧିକ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ଏକ ମାସର ଜନସମାବେଶ ଅଭିଯାନ ଚାଲିଛି ଏବଂ ବିଶ୍ୱ ପରିବେଶ ଦିବସର ଏକ ବୃହତ୍ ଉତ୍ସବରେ ୫ ଜୁନ୍ ୨୦୨୩ ରେ ଏହା ଶେଷ ହେବ ।

 

ଲାଇଫ୍ ପାଇଁ ମନ୍ତ୍ରଣାଳୟ ଦୁଇଟି ଉତ୍ସର୍ଗୀକୃତ ପୋର୍ଟାଲ୍ ବିକଶିତ କରିଛି, ଯାହା ଫଳରେ ଏକ ସଂରଚନା ରିପୋର୍ଟିଂ ଫର୍ମାଟ୍ ସୃଷ୍ଟି କରା ଯାଇପାରିବ, ଯାହା ଲାଇଫ୍‌ରେ ଚାଲିଥିବା ଅଗ୍ରଗତି ଉପରେ ନଜର ରଖିପାରିବ । ମିଶନ୍ ଲାଇଫ୍ ପୋର୍ଟାଲ୍ (missionlife-moefcc.nic.in) ମୁକ୍ତ ପ୍ରବେଶ ଅଟେ ଏବଂ ୧୦୦+ ସୃଜନ, ଭିଡିଓ ଏବଂ ଜ୍ଞାନ ସାମଗ୍ରୀ ଡାଉନଲୋଡ୍ କରିବାକୁ ବ୍ୟବହାର କରା ଯାଇପାରିବ , ଯାହା ଲାଇଫ୍ ପାଇଁ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଛି । ମେରୀ ଲାଇଫ୍ ପୋର୍ଟାଲ (merilife.org) ମନ୍ତ୍ରଣାଳୟ ଏବଂ ଅନୁଷ୍ଠାନ ଗୁଡିକର କାର୍ଯ୍ୟକ୍ରମ ରିପୋର୍ଟ ଅପଲୋଡ୍ କରିବା ଏବଂ ଜନସମାଗମ ଅଭିଯାନର ଅଗ୍ରଗତି ହାସଲ କରିବା ପାଇଁ ବିକଶିତ ହୋଇଛି ।

୧୦ ଦିନ ମଧ୍ୟରେ, ସମଗ୍ର ଭାରତରେ ୧,୦୦,୦୦୦ ରୁ ଅଧିକ ଲାଇଫ୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଯାହା ୧.୭ ନିୟୁତରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ଗ୍ରହ ସମର୍ଥନ ପଦକ୍ଷେପ ନେବାକୁ ଏକତ୍ରିତ କରିଛି । ଏଥି ମଧ୍ୟରେ ସ୍ୱଚ୍ଛତା ଅଭିଯାନ, ସାଇକେଲ୍ ରାଲି, ବୃକ୍ଷରୋପଣ ଅଭିଯାନ, ଲାଇଫ୍ ମାରାଥନ୍‌, ପ୍ଲାଷ୍ଟିକ୍ ସଂଗ୍ରହ ଅଭିଯାନ, କମ୍ପୋଷ୍ଟିଂ କର୍ମଶାଳା ଏବଂ ଲାଇଫ୍‌ର ପ୍ରତିଶ୍ରୁତି ଅନ୍ତର୍ଭୁକ୍ତ । ଅନେକ ସ୍କୁଲ ଏବଂ କଲେଜ ମଧ୍ୟ ପଥପ୍ରାନ୍ତ ନାଟକ, ପ୍ରବନ୍ଧ, ଚିତ୍ର, ଏବଂ ଯୁବ ସଂସଦ ଭଳି ସାଂସ୍କୃତିକ ପ୍ରତିଯୋଗିତା କରୁଛନ୍ତି ।

ମେରୀ ଲାଇଫ୍ ଆପ୍‌ର ଶୁଭାରମ୍ଭ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଲୀନା ନନ୍ଦନ; ବନ ବିଭାଗର ମହାନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ସି. ପି. ଗୋୟଲ, ତଥା ୟୁନିସେଫ୍ ଇଣ୍ଡିଆର ଜେନ୍ୟୁ, ଯୁବ ବିକାଶ ଏବଂ ଭାଗିଦାରୀ ପ୍ରମୁଖ ଧୁୱାରଖା ଶ୍ରୀରାମଙ୍କ ଉପସ୍ଥିତିରେ କରା ଯାଇଥିଲା ।

ମେରୀ ଲାଇଫ୍ ଆପ୍ ମିଶନ୍ ଲାଇଫ୍‌ର ଅଗ୍ରଗତିକୁ ଟ୍ରାକ୍ କରିବା ପାଇଁ ଏକ ଗଠନମୂଳକ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରିବ । ସଫଳ ସାଇନ୍ ଅପ୍ ପରେ, ଉପଭୋକ୍ତାମାନେ ନିମ୍ନୋକ୍ତ ୫ଟି ବିଷୟବସ୍ତୁ ଅନୁସାରେ ଲାଇଫ୍ ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକର ଏକ ଶୃଙ୍ଖଳାରେ ଅଂଶଗ୍ରହଣ କରିବାକୁ ନିର୍ଦ୍ଦେଶିତ କରାଯିବ, ଯଥା, ଶକ୍ତି ସଞ୍ଚୟ କରିବା, ଜଳ ସଞ୍ଚୟ କରିବା, ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ କରିବା, ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା ଗ୍ରହଣ କରିବା ଏବଂ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା । ଏକ ଗେମିଫାଇଡ୍ ଅଭିଜ୍ଞତା ଜରିଆରେ, ଆପ୍ ଲୋକ ମାନଙ୍କୁ ୫ ଟି କାର୍ଯ୍ୟ ପାଇଁ ୫ଟି ଆହ୍ୱାନ ଗ୍ରହଣ କରିବାକୁ – ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ପାଂଚ ଲାଇଫ୍ ଆକ୍ସନ ପାଇଁ ପ୍ରେରିତ କରିଥାଏ । ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ ।

୫ ଜୁନ୍‌ରେ ବିଶ୍ୱ ପରିବେଶ ଦିବସ ୨୦୨୩ ଅବସରରେ ଜନସମାଗମ ଅଭିଯାନ ଶେଷ ହେବ । ଏହି ବର୍ଷର ବିଷୟବସ୍ତୁ ହେଉଛି ପ୍ଲାଷ୍ଟିକ୍ ପ୍ରଦୂଷଣର ସମାଧାନ, ଏକ ବିଷୟ ଯାହା ମିଶନ୍ ଲାଇଫ୍‌ର ୭ ବିଷୟବସ୍ତୁ ମଧ୍ୟରୁ ଗୋଟିଏ: “ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର ହ୍ରାସ କରିବା” ସହିତ ସଂରେଖିତ ଅଟେ ।