ସ୍ମୃତି ଭ୍ୟାନ ଉଦଘାଟନୀ ଦିବସକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

୨୦୦୧ ଗୁଜରାଟ ଭୂକମ୍ପରେ ନିଖୋଜଙ୍କ ଉଦ୍ଦେଶ୍ୟରେ ସ୍ମୃତି ଭ୍ୟାନ୍ ଉଦଘାଟନୀ ଦିବସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ସ୍ମରଣ କରିଛନ୍ତି । ଶ୍ରୀ ମୋଦୀ ଗତବର୍ଷ ଉଦଘାଟନ କରିଥିବା ବେଳର କିଛି ଝଲକ ସେୟାର କରିଛନ୍ତି ।

ଏଥିସହ ସେ କୁଚରେ ସ୍ମୃତି ଭ୍ୟାନ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ମୋଦୀ ଷ୍ଟୋରୀ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରିଛନ୍ତି:

‘୨୦୦୧ ମସିହା ଗୁଜରାଟ ଭୂକମ୍ପରେ ଆମେ ନିଖୋଜ ହୋଇଯାଇଥିôବା ଲୋକଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେବାର ବର୍ଷେ ବିତିଗଲାଣି । ଏହା ଏକ ସ୍ମାରକ ଯାହା କି ସ୍ଥିରତା ଏବଂ ସ୍ମୃତିର ପ୍ରତୀକ । ଗତବର୍ଷର କିଛି ଝଲକ ସେୟାର କରୁଛି ଏବଂ ମୁଁ ଆପଣ ସମସ୍ତଙ୍କୁ କୁଚରେ ସ୍ମୃତି ଭ୍ୟାନ୍ ପରିଦର୍ଶନ କରିବାକୁ ଅନୁରୋଧ କରୁଛି ।’