ଇସ୍ରୋ ପରିବାର ସମୂହକୁ ବାଲୁକା ଶିଳ୍ପୀରେ ରକ୍ଷା ବନ୍ଧନ ଶୁଭେଚ୍ଛା ଓ ଶୁଭକାମନା

ରକ୍ଷା ବନ୍ଧନକୁ ନେଇ ଅନେକ କିଂବଦନ୍ତି ରହିଛି। ଶ୍ରାବଣ ପୂର୍ଣ୍ଣିମା ତିଥିରେ ବୈଦିକ ପର୍ବ ସହିତ ରକ୍ଷା ବନ୍ଧନ ମଧ୍ୟ ପାଳନ କରାଯାଏ। ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ସେହ୍ନ, ଶ୍ରଦ୍ଧା ଓ ପ୍ରେମର ପ୍ରତୀକ ଭାବେ ଭାଇ ହାତରେ ରକ୍ଷାସୂତ୍ର ରାକ୍ଷୀଟିଏ ବାନ୍ଧି ଥାଏ। ଏହା କେବଳ ରକ୍ତ ସମ୍ପର୍କରେ ସୀମିତ ନୁହେଁ। ଝିଅମାନେ ଅନ୍ୟ ସଂପ୍ରଦାୟର ଲୋକମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ଭାଇର ମର୍ଯ୍ୟାଦା ପ୍ରଦାନ କରିଥାନ୍ତି।

ତେବେ ଏଠି ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ଓ ଲୋପାମୁଦ୍ରା ଗୋଚ୍ଛାୟତ ଙ୍କ ଦ୍ବାରା ISRO ର ସମସ୍ତ ବୈଜ୍ଞାନିକ ମାନଙ୍କୁ ରକ୍ଷା-ବନ୍ଧନ ର ଶୁଭେଚ୍ଛା ଓ ଶୁଭକାମନା ଜଣେଇବା ସହିତ ଭାରତର ଜନସାଧରଣଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ପ୍ରତିଛବି ବାଲିରେ ବାଲୁକା କଳା ମାଧ୍ୟମରେ ଜଣାଇଛନ୍ତି।