ପୁଣି ବଢ଼ିଲା ମଣିପୁର ହିଂସା

ଗୌହାଟୀ : ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡରେ ୨ଜଣ ବ୍ୟକ୍ତିର ମୃତ୍ୟୁ ହେବା ସହିତ ୭ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି । ମଣିପୁରରେ ଚାଷୀଙ୍କ ଉପରେ ଗୁଳିମାଡର ଘଟଣା ପରେ ଶାନ୍ତ ହୋଇ ଆସୁଥିବା ହିଂସାକାଣ୍ଡ ପୁଣି ଉତ୍ତେଜନାର ରୂପ ନେଇଛି ।