ଶ୍ରୀ କେଶରୀ ନାଥ ତ୍ରିପାଠୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ସ୍ୱଳ୍ପକାଳ ପାଇଁ ବିହାର, ମେଘାଳୟ ଓ ମିଜୋରମ ରାଜ୍ୟପାଳ ଦାୟିତ୍ୱ ତୁଲାଇଥିବା ଶ୍ରୀ କେଶରୀ ନାଥ ତ୍ରିପାଠୀଙ୍କ ବିୟୋଗର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଉତ୍ତର ପ୍ରଦେଶରେ ବିଜେପି ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ସହ ରାଜ୍ୟର ପ୍ରଗତି ପାଇଁ କଠିନ ପରିଶ୍ରମ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ସେବା ଓ ବୁଦ୍ଧିମତା ପାଇଁ ଶ୍ରୀ କେଶରୀ ନାଥ ତ୍ରିପାଠୀ ଜୀ ସମ୍ମାନାସ୍ପଦ ଥିଲେ । ସାମ୍ବିଧାନିକ ମାମଲାରେ ସେ ପ୍ରବୀଣ ଥିଲେ । ଉତ୍ତରପ୍ରଦେଶରେ ବିଜେପିର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ସହ ରାଜ୍ୟର ପ୍ରଗତି ପାଇଁ କଠିନ ପରିଶ୍ରମ କରିଥିଲେ । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଓମ ଶାନ୍ତି ।”