ମୃର୍ତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା ସହକାରୀ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ….

ଭୁବନେଶ୍ୱର: ରାୟଗଡ଼ା ସହକାରୀ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ  ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋରଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିଥିବା ଜଣାପଡ଼ିଛି । ଗତକାଲି କିଶୋରଙ୍କୁ ନଗଦ ଟଙ୍କା ସହ ଧରିଥିଲା ଭିଜିଲାନ୍ସ । କିଶୋରଙ୍କୁ ପିଛା କରିବା ସହ ଅରବିନ୍ଦ ନଗର ଠାରେ ତାଙ୍କୁ ଧରିଥିଲା । ଧରିବା ପରେ ତାଙ୍କ ବୁଲେଟରୁ ନଗଦ ୫ଲକ୍ଷ ୪ ହଜାର ୫୬୦ଟଙ୍କା ଜବତ କରିଥିଲା ।

ପରେ ପରେ ଭିଜିଲାନ୍ସର ଅଧିକାରୀ ମାନେ ତାଙ୍କ ଘର ସମେତ ବିଭନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । କିଶୋରଙ୍କ ରାୟଗଡ଼ା ସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଚଢ଼ାଉ କରିବା ସମୟରେ ଭଡା ଘରୁ ୬ଲକ୍ଷ ୩୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏତେ ପରିମାଣର ଟଙ୍କା ମିଳିବା ପରେ କିଶୋରଙ୍କ ସ୍ତ୍ରୀ ରହୁଥିବା ଭୁବନେଶ୍ୱର ଘର ଓ ନବରଙ୍ଗପୁର ମାରିଗୁଡ଼ା ସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲା ।