ଓଡିଶାରେ ଆହୁରୀ ୨ ଦିନ ଜାରି ରହିବ ହାଡଭଙ୍ଗା ଶିତ

ରାଜ୍ୟରେ ଗତ କିଛି ଦିନ ହେବ ହାଡଭଙ୍ଗା ଶିତ ଜାରି….

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ହାଡଭଙ୍ଗା ଶିତ ଜାରି ରହିଛି । ଫଳରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ତେବେ ଏହି ଶିତ ଆହୁରୀ ଆହୁରି ୨ ଦିନ ଯାଏଁ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭିଗ ପକ୍ଷରୁ ସୂଚନା ମିଳିଛି । ତେବେ ୨ରୁ ୩ ଦିନ ଯାଏଁ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବାର ମମ୍ଭାବନା ରହିଛି । ଫଳରେ ଆସନ୍ତା ୨ ଦିନ ଯାଏଁ ୫ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରୀ କରାଯାଇଛି । ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ଏହି ଜିଲ୍ଲାଗୁଡ଼ିକ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ ।ଗତ କିଛିଦିନ ହେବ ରାଜ୍ୟରୁ ଶୀତ ସମ୍ପୂର୍ଣ୍ଣ ଉଭେଇ ଯାଇଥିବା ବେଳେ ବର୍ତ୍ତମାନ ପୁଣି ଶୀତର ପ୍ରାଦୁର୍ଭାବ ଅନୁଭୂତ ହୋଇଛି । ଆଗକୁ ଶୀତର ପରିମାଣ ବୃଦ୍ଧି ପାଇବ ଓ ହାଡ଼ଭଙ୍ଗା ଜାଡ଼ରେ ସାରା ରାଜ୍ୟ ଥରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଦୁଇଦିନ ଭିତରେ ରାତିର ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ଆହୁରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ଏପରିକି ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଅନୁରୂପ ମତ ପୋଷଣ କରିଛି । ପୂର୍ବ ଦିଗରୁ ସାମୁଦ୍ରିକ ପବନ ବୋହୁଥିବା ଯୋଗୁଁ ଅନେକ ଜାଗାରେ ଦିନର ତାପମାତ୍ରା ହ୍ରାସ ପାଇବା ସହ ପାଗ କୁହୁଡ଼ିଆ ରହିଥିଲା ।

ତେବେ ଏହି ୫ ଜିଲ୍ଲାରେ ପ୍ରବଳ ଶୀତ ହେବାର ଥିବାରୁ ସେସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିବାବେଳେ ଜି.ଉଦୟଗିରିରେ ୪.୬, ରାଉରକେଲାରେ ୬.୪, ସୁନ୍ଦରଗଡ଼ରେ ୬.୫, କେନ୍ଦୁଝରରେ ୭.୨, ଭାବନୀପାଟଣାରେ ୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଭାଗ କହିଛି ଯେ ରାତିରେ ଘରେ ରହିବା ଜରୁରୀ । ସେହିପରି ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ବିଭାଗ ପରାମର୍ଶ ଦେଇଛି ।