ତୁର୍କୀ ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ରେସିପ ତଇପ୍ ଏର୍ଡୋଗାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୁର୍କୀର  ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ରେସିପ ତଇପ୍ ଏର୍ଡୋଗାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ତୁର୍କୀ ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ରେସିପ ତଇପ୍ ଏର୍ଡୋଗାନଙ୍କୁ ଅଭିନନ୍ଦନ । ମୁଁ ନିଶ୍ଚିତ ଯେ ଆଗାମୀ ଦିନରେ ଆମର ଦ୍ୱିପାକ୍ଷିକ ସମ୍ପର୍କ  ଏବଂ ବୈଶ୍ୱିକ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇବ ।’