ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଅନୁମୋଦିତ ହୋଇଥିବାର ସୂଚନା ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ‘ମୋ ଘର’ ଯୋଜନା ଅନୁମୋଦିତ ହୋଇଥିବା ଜଣାଯାଇଛି। ମୋ ଘର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଦେବେ ସରକାର ।