ପ୍ରଧାନମନ୍ତ୍ରୀ ମୋଦୀଙ୍କ କୋଭିଡ ସମୀକ୍ଷା

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ ମାମଲା । ସେହିପରି ଦେଶରେ ଦୈନିକ ମାମଲା ଏବେ ଦେଢ ଲକ୍ଷରୁ ଅଧିକ ରହୁଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରିବା କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି । ଦେଶରେ ଏବେ ଦୈନିକ ଲକ୍ଷାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଓମିକ୍ରନ ଭାରିଆଣ୍ଟର ଶତାଧିକ ମାମଲା ଆସୁଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଗତକାଲି ନିର୍ବାଚନ ଆୟୋଗ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆୟୋଗ ନିର୍ବାଚନ ପୂର୍ବରୁ ରାଜ୍ୟରେ ଟିକାକରଣ ଆହୁରି ଜୋରଦାର କରିବାକୁ କହିଛନ୍ତି । ସେହିପରି ଦେଶରେ ୧୫ ରୁ ୧୮ ବର୍ଷ ବର୍ଗଙ୍କ ଟିକାକରଣ ଜାରି ରହିଛି ।