ମାସ୍କ ପିନ୍ଧିଲେ ହେବନି ଲକଡାଉନ!

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଢ଼ ଲକ୍ଷରୁ ଅଧିକ ପଜିଟିଭ ବାହାରିଛନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ କୋଭିଡ ପଜିଟିଭି ବଢିବାରେ ଲାଗିଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ କି ଯଦି ଦିଲ୍ଲୀବାସୀ କଟକଣା ମାନିବେ ଓ ମାସ୍କ ପିନ୍ଧିବେ ତେବେ ଦିଲ୍ଲୀରେ ଲକଡାଉନ କିମ୍ବା ସଟଡାଉନ ହେବ ନାହିଁ ।

ସେ କହିଛନ୍ତି କି ଭୟ କରିବାର କୌଣସି କାରଣ ନାହିଁ । କାରଣ ଦିଲ୍ଲୀରେ ମୃତ୍ୟୁ ହାର କମ ରହିଛି । ସେହିପରି ବେଡ ଓ ମେଡିସିନ୍‌ ମହଜୁଦ ରହିଛି । ଲୋକେ ସଚେତନ ରହିଲେ କରୋନାର ଭୟ ରହିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୨୦ ହଜାର ପାର କରିଛି । ଅନ୍ୟପକ୍ଷରେ ସଂକ୍ରମଣକୁ ବ୍ରେକ ଦେବା ପାଇଁ ଦିଲ୍ଲୀରେ ଜାରି ରହିଛି ସାପ୍ତାହିକ କର୍ଫ୍ୟୁ ।