ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟି (ବିଜ୍ଞାନ ସହର) ପରିଦର୍ଶନ କରିଛନ୍ତି । ସେ ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିବା ସହ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ ।

ପ୍ରଧାନମନ୍ତ୍ରୀ X  ରେ ଏକ ପୋଷ୍ଟ କରିଛନ୍ତି :

ଗୁଜରାଟ ସାଇନ୍ସ ସିଟିର ଚମତ୍କାର ଆକର୍ଷଣକୁ ଅନୁସନ୍ଧାନ କରିବା ପାଇଁ ସକାଳର କିଛି ସମୟ ବିତାଇଥିଲି । ଏହା ରୋବୋଟିକ୍ସ ଗ୍ୟାଲେରୀରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ରୋବୋଟିକ୍ସର ଅସୀମ ସମ୍ଭାବନାକୁ ଚମତ୍କାର ଭାବରେ ପ୍ରଦର୍ଶନ କରାଯାଇଛି । ଏହି ଜ୍ଞାନକୌଶଳ କିପରି ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସୁକତା ଜାଗ୍ରତ କରୁଛି ତାହା ଦେଖି ଆନନ୍ଦିତ ।

ରୋବୋଟିକ୍ସ ଗ୍ୟାଲେରୀରେ ଡିଆରଡିଓ ରୋବୋଟ, ମାଇକ୍ରୋବଟ, ଏକ କୃଷି ରୋବୋଟ, ମେଡିକାଲ ରୋବଟ, ମହାକାଶ ରୋବଟ ଏବଂ ଆହୁରି ଅନେକ କିଛି ରହିଛି । ଏହି ଆକର୍ଷଣୀୟ ପ୍ରଦର୍ଶନୀ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା, ଉତ୍ପାଦନ ଏବଂ ଦୈନନ୍ଦିନ ଜୀବନରେ ରୋବୋଟିକ୍ସର ପରିବର୍ତ୍ତନଶୀଳ ଶକ୍ତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି । ଏହା ସହିତ ରୋବୋଟିକ୍ସ ଗ୍ୟାଲେରୀରେ ଥିବା କାଫେରେ ରୋବୋଟ୍ ମାନଙ୍କ ଦ୍ୱାରା ପରିବେଷିତ ଏକ କପ୍ ଚା’ର ମଜା ନେଇଥିଲେ ।

ସେ କହିଛନ୍ତି, ଗୁଜରାଟ ସାଇନ୍ସ ସିଟି ଭିତରେ ଥିବା ଏକ ଶାନ୍ତ ଓ ଆକର୍ଷଣୀୟ ସ୍ଥାନ ହେଉଛି ନେଚର ପାର୍କ । ପ୍ରକୃତିପ୍ରେମୀ ଓ ଉଦ୍ଭିଦ ବିଜ୍ଞାନୀ ମାନଙ୍କ ପାଇଁ ଏହା ଦେଖିବା  ନିହାତି ଜରୁରୀ । ଏହି ପାର୍କ କେବଳ ଜୈବ ବିବିଧତାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଲୋକ ମାନଙ୍କ ପାଇଁ ଏକ ଶିକ୍ଷାଗତ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରେ ।

“ସଠିକ ପାଦଚଲା ରାସ୍ତା ବାଟରେ ବିଭିନ୍ନ ଅନୁଭୂତି ପ୍ରଦାନ କରିଥାଏ । ଏହା ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀତା ଉପରେ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ । କ୍ୟାକଟସ୍ ଗାଡେନ୍‌, ବ୍ଲକ୍ ପ୍ଲାଣ୍ଟେସନ୍‌, ଅକ୍ସିଜେନ୍ ପାର୍କ ଭଳି ଅନ୍ୟାନ୍ୟ ଆକର୍ଷଣକୁ ମଧ୍ୟ ବୁଲି ଦେଖନ୍ତୁ ।

ସାଇନ୍ସ ସିଟିରେ ଥିବା ଆକ୍ୱାଟିକ୍ ଗ୍ୟାଲେରୀ ଜଳଜ ଜୈବ ବିବିଧତା ଏବଂ ସାମୁଦ୍ରିକ ଆଶ୍ଚର୍ଯ୍ୟର ଏକ ଉତ୍ସବ । ଏହା ଆମ ଜଳୀୟ ପରିବେଶର ସୂକ୍ଷ୍ମ ତଥା ଗତିଶୀଳ ସନ୍ତୁଳନ ଉପରେ ଆଲୋକପାତ କରେ । ଏହା କେବଳ ଏକ ଶିକ୍ଷଣୀୟ ଅନୁଭୂତି ନୁହେଁ,  ବରଂ ତରଙ୍ଗ ତଳେ ଥିବା ବିଶ୍ୱ ପ୍ରତି ସଂରକ୍ଷଣ ଏବଂ ଗଭୀର ସମ୍ମାନ ର ଆହ୍ୱାନ ମଧ୍ୟ ।

ଶାର୍କ ଟନେଲ ହେଉଛି ଏକ ଆନନ୍ଦଦାୟକ ଅନୁଭୂତି ଯାହା ବିଭିନ୍ନ ଶାର୍କ ପ୍ରଜାତିର ପ୍ରଦର୍ଶନ କରୁଛି । ସୁଡ଼ଙ୍ଗ ଦେଇ ଯିବା ବେଳେ ସାମୁଦ୍ରିକ ଜୀବନର ବିବିଧତା ଦେଖି ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ପ୍ରକୃତରେ ଆକର୍ଷଣୀୟ । “ଏହା ସୁନ୍ଦର” ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ ।